• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପ୍ୟାରିସ୍ ଅଲିମ୍ପିକ୍ସ ମହିଳା କୁସ୍ତି ଇଭେଣ୍ଟରେ ବଢ଼ିଲା ପଦକ ଆଶା । ୫୦ କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ସ୍ଥାନ ପକା କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଏଥିସହ ପଦକ ବିଜୟ ଠାରୁ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି ଭିନେଶ ।ଜାପାନର ଡିଫେଣ୍ଡିଂ ଚାମ୍ପିୟନ ୟୁଇ ସୁସାକି ଓ ୟୁକ୍ରେନ ପ୍ରତିନ୍ଦ୍ୱନ୍ଦ୍ୱୀ ଓକସାନା ଲିଭାଚଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି ।

କ୍ୱାର୍ଟର ଫାଇନାଲରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ୨୯ ବର୍ଷିୀୟା ଷ୍ଟାର କୁସ୍ତିଯୋଦ୍ଧା ଭିନେଶ, ୟୁରୋପିଅନ ଚାମ୍ପିୟନସିପ ବିଜେତା ଓ ୨୦୧୮ ୱାର୍ଲ୍ଡ ଚାମ୍ପିୟନସିପରେ ବ୍ରୋଞ୍ଜ ବିଜେତା ଲିଭାଚଙ୍କୁ ହରାଇଛନ୍ତି । ତେବେ କ୍ୱାର୍ଟରଫାଇନାଲ ପୂର୍ବରୁ ଭିନେଶ ଚଳିତ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରେ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଥିଲେ । ଅବିଶ୍ୱସନୀୟ ପ୍ରଦର୍ଶନ ସହ ୪ ଥରର ୱାର୍ଲ୍ଡ ଚାମ୍ପିୟନ୍ ତଥା ବର୍ତ୍ତମାନର ଗୋଲ୍ଡ ମେଡାଲିଷ୍ଟ ଥିବା ଜାପାନର ୟୁଇ ସୁସାକିଙ୍କୁ ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡରେ ହରାଇଥିଲେ ।

ସେମିଫାଇନାଲରେ କ୍ୟୁବାର ୟୁସନେଲିସ୍ ଗୁଜମନ ଲୋପେଜଙ୍କ ସହ ଭିନେଶଙ୍କର ଭେଟ ହେବ । ଏହି ମୁକାବିଲାରେ ବିଜୟୀ ହେଲେ ଏକ ସିଲଭର ମେଡାଲ ପକା ହେବ । ପରାଜୟ ମିଳିଲେ ବ୍ରୋଞ୍ଜ ମେଡାଲ ମ୍ୟାଚ୍ ଖେଳିବେ ଭିନେଶ ।  

OTV is now on Whatsapp

Join and get latest news update delivered to you via whatsapp

Join Now