• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭାଙ୍ଗିଦିଆଯାଇଛି । ଏନେଇ ଶ୍ରୀଲଙ୍କର କ୍ରୀଡାମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତ ଠାରୁ ଲଜ୍ଜାଜନକ ପରାଜୟ ପାଇଁ ବୋର୍ଡକୁ ଭାଙ୍ଗିଦେଲେ । ପୂର୍ବତନ କ୍ୟାପଟେନ୍ ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ମଧ୍ୟବର୍ତ୍ତୀକାଳୀନ ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡରେ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ମଧ୍ୟ ଅଛନ୍ତି ।

ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ । ଭାରତ ଠାରୁ ଶ୍ରୀଲଙ୍କା ହାରିବାର ଦିନକ ପରେ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ରୋଶନ ରଣସିଙ୍ଘା ଏଭଳି ପଦକ୍ଷେପ ନେଇଛନ୍ତି । କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରିବା ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି । ପୂର୍ବତନ କ୍ୟାପଟେନ୍ ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡରେ ଦୁଇ ଜଣ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ମଧ୍ୟ ଅଛନ୍ତି ।

ସୂଚନାମୁତାବକ ଶ୍ରୀଲଙ୍କା କ୍ରିକେଟ୍ ସଚିବ ତଥା ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଡି ସିଲଭା ଶନିବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସମ୍ପୁର୍ଣ୍ଣ ବୋର୍ଡକୁ ହଟାଇ ଦିଆଯାଇଛି ।