Astrospeak
  • Live TV
  • Read In English

Sunrisers Hyderabad vs Punjab Kings 2025: ବିଜୟ ଧାରାକୁ ଫେରିବ କି SRH ? କେମିତି ରହିବ ପାଗ ? ଜାଣନ୍ତୁ...

ଆଜି ରାତ୍ରି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବାକୁ ଯାଉଛି । ୪ଟି ମ୍ୟାଚ ହାରି ସାରିଥିବା ଘରୋଇ ସନରାଇଜର୍ସ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ମାତ୍ର ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ । 

Sunrisers Hyderabad vs Punjab Kings 2025
Sunrisers Hyderabad vs Punjab Kings 2025

ପୁଣି ସନରାଇଜର୍ସ ହାଇଦ୍ରାବାଦ ବିଜୟ ଧାରାକୁ ଫେରିବ କି ? ନା ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖିବ ? ଆଜି ହାଇଦ୍ରାବାଦର ଦୁର୍ଦ୍ଦର୍ଷ ଓପନର ଟ୍ରେଭିସ୍‌ ହେଡ୍‌ ଓ ଅଭିଷେକ ଶର୍ମା ଦେଖାଇବେ କି କମାଲ ? ବଡ଼ ସ୍କୋର ହେବ କି ? କେମିତି ହାଇଦ୍ରାବାଦରେ ପାଗ ରହିବ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର...

ଆଜି ରାତ୍ରି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବାକୁ ଯାଉଛି । ୪ଟି ମ୍ୟାଚ ହାରି ସାରିଥିବା ଘରୋଇ ସନରାଇଜର୍ସ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ମାତ୍ର ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଉପଲ ଷ୍ଟାଡ଼ିୟମ୍‌ର ବ୍ୟାଟିଂ ଅନୁକୂଳ ପିଚ୍‌ରେ ଚୌକା ଓ ଛକା ବର୍ଷାକୁ ମଧ୍ୟ ଅଟକାଇବା କଷ୍ଟକର ହେବ । 

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

ଗତ ବର୍ଷ ରନର୍ସ ଅପ୍‌ ହୋଇଥିବା ସନରାଇଜର୍ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇବା ପରେ ଲଗାତାର ୪ଟି ମ୍ୟାଚ୍‌ ହାରି ସାରିଛି । ଦଳର କୌଣସି ରଣନୀତି କାମ ଦେଉ ନାହିଁ । ଗତ ସିଜିନରେ ଆତଙ୍କ ଖେଳାଇଥିବା ଦୁଇ ଦୁର୍ଦ୍ଦର୍ଷ ଓପନର ଟ୍ରେଭିସ୍‌ ହେଡ୍‌ ଓ ଅଭିଷେକ ଶର୍ମା ମଧ୍ୟ ଫେଲ ମାରୁଛନ୍ତି । ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବା ସନରାଇଜର୍ସ ଆଉ ବିଳମ୍ବ ନକରି ବିଜୟ ଧାରାକୁ ଫେରିବାକୁ ଚାହୁଁଛି । ମାତ୍ର ଏହା ପୂର୍ବରୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ । ପ୍ରଥମତଃ ୩୦୦ ରନ୍‌ ପାର କରିବାର ଯୋଜନାକୁ ଭୁଲି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ବ୍ୟାଟରମାନେ ଛକା ମାରିବା ଛାଡ଼ି କ୍ରିଜରେ ଜମିବାକୁ ପ୍ରାଥମିକତା ଦେବେ । ଠିକ୍‌ ସେହିପରି ବୋଲିଂ ବିଭାଗରେ ସନ୍ତୁଳନ ବଜାୟ ରଖିବାକୁ ହେବ । 

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ୪ଟି ମ୍ୟଚ୍‌ ଖେଳି ପଞ୍ଜାବ କିଙ୍ଗ୍‌ସ ୩ଟି ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ ଜିତିଲେ ଦ୍ୱିତୀୟ କିମ୍ବା  ତୃତୀୟ ସ୍ଥାନକୁ ଉନ୍ନୀତ ହୋଇପାରିବ । ଆଜି ସମସ୍ତଙ୍କ ନଜର  ପ୍ରିୟାଂଶ ଆର୍ଯ୍ୟଙ୍କ ଉପରେ ରହିବ । ପଞ୍ଜାବ କିଙ୍ଗ୍‌ସର ଏହି ଯୁବ ଓପନର ଗତ ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଶତକ ଅର୍ଜନ କରି ରାତା ରାତି ଷ୍ଟାର୍‌ ହୋଇଯାଇଛନ୍ତି । ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଘରୋଇ ଖେଳାଳି  ଭାବେ ସେ ଶତକ ଅର୍ଜନ କରିଛନ୍ତି ।  

ସନରାଇଜର୍ସ ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ପଞ୍ଜାବ କିଙ୍ଗସ ଅଧିନାୟକ ଶ୍ରେୟାସ ଆୟରଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିବ। କମିନ୍ସ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌ ବୋଲର । ଆୟର ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି ।  ତଥାପି ତାଙ୍କୁ ଧୈର୍ଯ୍ୟର ସହ କିଛି ସମୟ ପାଇଁ କ୍ରିଜରେ ଜମିବାକୁ ହେବ । ସନରାଇଜର୍ସର ଦୁଇ ଓପନରଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ  ନିର୍ଭର କରିବ । ଉଭୟ  ଫର୍ମକୁ ଫେରି ଏକ ଉପଯୋଗୀ  ଓପନିଂ ଭାଗିଦାରୀ ଗଢି ପାରିଲେ ସନରାଇଜର୍ସ ବିଜୟୀ ହୋଇପାରିବ । 

ଉପଲ ଷ୍ଟାଡ଼ିୟମ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ତେଣୁ ବଡ଼ ସ୍କୋର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାତିରେ ମ୍ୟାଚ୍‌ ଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ହାଇଦ୍ରାବାଦରେ ପାଗ କିପରି ରହିବ ?

ପାଣିପାଗର ପୂର୍ବାନୁମାନ ଅନୁଯାୟୀ, ଆଜି ହାଇଦ୍ରାବାଦରେ ପାଗ ସଫା ରହିବ। SRH ଏବଂ PBKS ମଧ୍ୟରେ IPL ମ୍ୟାଚ୍ ପାଇଁ ବର୍ଷାର କୌଣସି ଆଶଙ୍କା ନାହିଁ। ଆଜି ପବନର ବେଗ ପ୍ରାୟ ୯-୧୬ କିମି/ଘଣ୍ଟା ରହିବ ବୋଲି ଆଶା କରାଯାଉଛି। ଯେତେବେଳେ ତାପମାତ୍ରା 25°C ରୁ 37°C ମଧ୍ୟରେ ରହିପାରେ। ଆର୍ଦ୍ରତା ସ୍ତର ପ୍ରାୟ ୩୩-୪୬ ପ୍ରତିଶତ ରହିବାର ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର