Advertisment

ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି, ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ବର୍ଷିଲେ...

କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Social Media War Between Athlete Dutee Chand And Her Sister Saraswati Chand

Social Media War Between Athlete Dutee Chand And Her Sister Saraswati Chand

ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି। କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ ମଧ୍ୟ କରିଛନ୍ତି।

Advertisment

ଆଜି ସୋସିଆଲ୍ ମିଡିଆରେ ପ୍ରଥମ ପୋଷ୍ଟ ସରସ୍ୱତୀ ଚାନ୍ଦ କରିଥିଲେ। ଯେଉଁଥିରେ ସେ ଦୂତିଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଏକ ଘରୋଇ ଶିକ୍ଷାନୁଷ୍ଠାନ ସମ୍ପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉଦ୍ଦେଶ୍ୟରେ ସରସ୍ୱତୀ ଲେଖିଛନ୍ତି- ‘ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମାର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି।’

ଏହାପରେ ଦୁତୀ ମଧ୍ୟ ସେଇ ସେଇ ସମାନ ଢଙ୍ଗରେ ସୋସିଆଲ୍ ମିଡିଆରେ ସରସ୍ୱତୀଙ୍କ ଚରିତ୍ରକୁ ଆକ୍ଷେପ କରି ଏକ ଲମ୍ବା ପୋଷ୍ଟ କରିଛନ୍ତି। ଯେଉଁଥିରେ ସରସ୍ୱତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଦୂତୀ ଅଭିଯୋଗ କରିଛନ୍ତି। ଏଥିସହ ବାପା-ମା’ଙ୍କୁ ହାତ କରି ତାଙ୍କୁ ମିଛରେ ବଦ୍‌ନାମ୍‌ କରିଥିବା କହି, ମୁଁ ବହୁତ ସହିଲିଣି, ଯଦି ଖୁସିରେ ବଞ୍ଚିବାର ଅଛି ସୁଧୁରିଯା ନହେଲେ ମୁଁ କ’ଣ କରିବି ତୁ ଭଲ ଭାବେ ଜାଣିଛୁ ବୋଲି ଦୁତୀ ଲେଖିଛନ୍ତି। ତେବେ ସୋସିଆଲ୍ ମିଡିଆରେ ଦୁଇ ଭଉଣୀଙ୍କର ଏଭଳି ଅତି ନିମ୍ନ ସ୍ତରର ଆକ୍ଷେପ ପ୍ରତି ଆକ୍ଷେପ ଭରା ଲଢ଼େଇକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି।

Advertisment

Social Media War Dutee Chand Saraswati Chand
Advertisment
Advertisment