/odishatv-khabar/media/post_attachments/uploadimage/library/16_9/16_9_0/PV_Sindhu_1722162097.jpg)
PV Sindhu
ଦମଦାର ବିଜୟରୁ ପ୍ୟାରିସ୍ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ । ଦୁଇଥରର ଅଲମ୍ପିକ ପଦକ ବିଜେତା ଭାରତୀୟ ସର୍ଟଲର ସିନ୍ଧୁ, ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରବିବାର ଖେଳାଯାଇଥିବା ମ୍ୟାଚରେ ମାଳଦୀପର ଫତିମା ଅବଦୁଲ ରଜାକଙ୍କୁ ସିଧାସଳଖ ସେଟ୍ ରେ ହରାଇଛନ୍ତି ସିନ୍ଧୁ ।
ଆକ୍ରମଣାତ୍ମକ ରଣନୀତି ସହ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି, ତୃତୀୟ ଅଲମ୍ପିକ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ଭେଟେରାନ ବ୍ୟାଡମିଣ୍ଟର ଷ୍ଟାର୍ ସିନ୍ଧୁ । ମାତ୍ର ୨୯ ମିନିଟରେ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଦମଦାର ଫର୍ମରେ ଥିବା ପ୍ରମାଣ ଦେଇଛନ୍ତି ସିନ୍ଧୁ । ୨୧-୯, ୨୧-୬ ସିଧାସଳଖ ସେଟ୍ ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।
୨୦୧୬ ରିଓ ଅଲମ୍ପିକ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଟୋକିଓରେ କାଂସ୍ୟ ପଦକ ଜିତିଥିଲେ । ଦ୍ୱିତୀୟ ଗ୍ରୁପ ମ୍ୟାଚରେ ବିଶ୍ୱ ବ୍ୟାଡମିଣ୍ଟନ ମାନ୍ୟତାର ୭୫ତମ ସ୍ଥାନରେ ଥିବା ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ବୁଧବାର ଭେଟିବେ ସିନ୍ଧୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)