Advertisment

Bengal Tigers Champion: ହକି ଇଣ୍ଡିଆ ଲିଗ, ଶ୍ରାଚୀ ରାର ବେଙ୍ଗଲ ଟାଇଗର୍ସ ଚାମ୍ପିୟନ

ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶ୍ରାଚୀ ରାର ବେଙ୍ଗଲ ଟାଇଗର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଳଶନିବାର ଅନୁଷ୍ଠିତ ଫାଇନାଲରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରିଥିଲା।

HIL

HIL

Advertisment

ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶ୍ରାଚୀ ରାର ବେଙ୍ଗଲ ଟାଇଗର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରିଥିଲା। ବେଙ୍ଗଲ ପକ୍ଷରୁ ଯୁଗରାଜ ସିଂ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଯୁଗରାଜ (୨୫, ୩୨ ଓ ୩୫) ତମ ମିନିଟରେ ୩ଟି ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ସାମ ଲେନ ୫୪ ତମ ମିନିଟରେ ନିର୍ଣ୍ଣାୟକ ଗୋଲ ଦେଇଥିଲେ। ସେହିପରି ହାଇଦ୍ରାବାଦ ପକ୍ଷରୁ ଗୋଞ୍ଜାଲୋ ପିଲାଟ ଦୁଇଟି ଓ ଅମନଦୀପ ଲାକ୍ରା ଗୋଟିଏ ଗୋଲ ଦେଇଥିଲେ। ପିଲାଟ (୯ ଓ ୩୯) ମିନିଟରେ ସ୍କୋର କରିଥିବା ବେଳେ ଓଡ଼ିଆ ପୁଅ ଅମନଦୀପ ୨୬ ତମ ମିନିଟରେ ସ୍କୋର କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

ଉଭୟ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ମ୍ୟାଚର ନବମ ମିନିଟରେ ଗୋଞ୍ଜାଲୋ ପିଲାଟ ପେନାଲ୍ଟି କର୍ନରରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ବାର୍ଟରରେ ଆଉ ଗୋଲ ହୋଇ ନ ଥିବା ବେଳେ ହାଇଦ୍ରାବାଦ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଦ୍ବିତୀୟ କ୍ବାର୍ଟରରେ ବେଙ୍ଗଲ ପକ୍ଷରୁ ୨୫ ତମ ମିନିଟରେ ଯୁଗରାଜ ଗୋଟିଏ ଗୋଲ ପରିଶୋଧ କରିଥିଲେ। ତେବେ ଏହାର ୧ ମିନିଟ ମଧ୍ୟରେ ଅମନଦୀପ ପେନାଲ୍ଟିରୁ ଆଉ ଏକ ଗୋଲ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ସୁଦ୍ଧା ହାଇଦ୍ରାବାଦ ୨-୧ରେ ଆଗୁଆ ରହିଥିଲା।

Advertisment

ତୃତୀୟ କ୍ବାର୍ଟରେ ୩ଟି ଗୋଲ ଦେଖିବାକୁ ମିଳିଥିଲା। ବେଙ୍ଗଲ ପକ୍ଷରୁ ଯୁଗରାଜ ପେନାଲ୍ଟି କର୍ନର ଜରିଆରେ ଦୁଇଟି ଗୋଲ ଦେଇଥିଲେ। ବେଙ୍ଗଲ ୩-୨ରେ ଆଗୁଆ ରହିଥିବା ବେଳେ ୩୯ ତମ ମିନିଟରେ ପିଲାଟ ବ୍ୟକ୍ତିଗତ ଦ୍ବିତୀୟ ଗୋଲ ସ୍କୋର କରିଥିଲେ। ଚତୁର୍ଥ କ୍ବାର୍ଟରରେ ମ୍ୟାଚ ଡ୍ର ଆଡକୁ ଯାଉଥିବା ବେଳେ ୫୪ ମିନିଟରେ ସାମ ଲେନ ନିର୍ଣ୍ଣାୟକ ଗୋଲ ଦେଇଥିଲେ। ମ୍ୟାଚର ଅନ୍ତିମ ୪ ମିନିଟ ହାଇଦ୍ରାବାଦ ତୁଫାନ୍ସ ଅଲଆଉଟ ଖେଲିଥିଲା। ଗୋଲକିପରଙ୍କୁ କାଢିବା ସହ ଦଳ ଜଣେ ଅତିରିକ୍ତ ଫରୱାର୍ଡ ଖେଳାଳିଙ୍କୁ ନେଇ ଆଟାକ କରିଥିଲା।

ଫାଇନାଲ ମ୍ୟାଚ ପୂର୍ବରୁ ସନ୍ଧ୍ୟାରେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ନୃତ୍ୟ ପରିବେଷଣ କରିଥିଲେ। ସାରାଙ୍କ ନୃତ୍ୟ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ଭିଡ କାରଣରୁ ଉତ୍ସାହିତ ଦର୍ଶକ ୨ ନମ୍ବର ଗେଟ ଭାଙ୍ଗି ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଦିନିକିଆ ପାଇଁ ସଜେଇ ହେଲାଣି ବାରବାଟୀ, କଳାହାଣ୍ଡିର କଳାମାଟିରେ ତିଆରି ହୋଇଛି ପିଚ୍

India's Biggest Hockey Stadium Hockey India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ