Advertisment

ଇତିହାସ ରଚିଲେ ମନୁ; ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ...

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦ ହାସଲ କଲା ଭାରତ  ।

ଅଦ୍ୟତନ ହୋଇଛି
 Paris Olympics 2024

Paris Olympics 2024

Advertisment

ଖୁସି ଖବର । ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ସୁଟିଂରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଲା । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦ ହାସଲ କଲା ଭାରତ  ।  ମାନୁ ଭାକର ଓ ସରବଜୋତ ସିଂ ଜିତିଲେ ବ୍ରୋଞ୍ଜ ପଦକ । ମାନୁ ଭାକର ପୂର୍ବରୁ ବ୍ୟକ୍ତିଗତ ବର୍ଗରେ ବି ଜିତିଥିଲେ ବ୍ରୋଞ୍ଜ ପଦକ । ମାନୁଙ୍କ ପାଇଁ ଚଳିତ ଅଲିମ୍ପିକ୍ସରେ ଏହା ହେଉଛି ଦ୍ବିତୀୟ ପଦକ ।

Advertisment

ଅଧିକ ପଢନ୍ତୁ : ମନୁ ଷ୍ଟାର୍...ମୁଁ ବେକାର, ମୋର ଚାକିରି ନାହିଁ, ଏମିତି କହି ଭାବପ୍ରବଣ ହେଲେ କୋଚ୍

Advertisment

ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ହାସଲ କଲେ ଦୁଇଟି ପଦକ । ସ୍ବଧୀନତା ପରେ କୌଣସି ଭାରତୀୟଙ୍କୁ ଏପରି ସଫଳତା ମିଳିନି । ମନୁ ଭାକର ହେଉଛନ୍ତି ପ୍ରଥମ ମହିଳା ସୁଟର ଯିଏକି ସୁଟିଂରେ ଅଲିମ୍ପିକ ପଦକ ଜିତିଛନ୍ତି । କାରଣ ଏହା ପୂର୍ବରୁ ଭାରତ ଶୁଟିଂରେ ୪ଟି ଅଲିମ୍ପିକ୍ ପଦକ ଜିତିଛି । ଯାହା କେବଳ ପୁରୁଷ ଖେଳାଳିମାନେ ଜିତିଥିଲେ । ଏଥର କିନ୍ତୁ ମୁନୁ କମାଲ କରିଛନ୍ତି ।

ଅଧିକ ପଢନ୍ତୁ : ଫାଇନାଲ ଇଭେଣ୍ଟ ବେଳେ କ’ଣ ଭାବୁଥିଲେ ମନୁ, ମେଡାଲ ଜିତିବା ପରେ କହିଲେ ମନର କଥା...

Advertisment

୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଆସନ୍ତୁ ଜାଣିବା...

୨୦୨୧ ଟୋକିଓ ଅଲିମ୍ପିକରେ ଭାଗ ନେଇଥିଲେ ମନୁ। ଏମିତିକି ସେ କ୍ବାଲିଫାଇଙ୍ଗ୍‌ ରାଉଣ୍ଡକୁ ମଧ୍ୟ ଯାଇଥିଲେ । ହେଲେ ଦୁଭାଗ୍ୟ ଏହି ସମୟରେ ତାଙ୍କ ପିସ୍ତଲ ଖରାପ ହୋଇଗଲା। ୨୦ ମିନିଟ୍ ପର୍ଯ୍ୟନ୍ତ ସେ କୌଣସି ନିଶାନା ଲଗାଇ ପାରିଲେ ନାହିଁ। ୫୫ ମିନିଟ୍‌ରେ ତାଙ୍କୁ ୪୪ ଟି ସର୍ଟ ଲଗାଇବାକୁ ଥିଲା। ହେଲେ ଭାଗ୍ୟ ସାଥ୍ ଦେଲାନି। ଫାଇନାଲ ରେସ୍‌ରୁ ତାଙ୍କୁ ବାହାରିବାକୁ ପଡିଥିଲା। ଏହି ଘଟଣାରେ ତାଙ୍କ ମା’ ମଧ୍ୟ ଦୁଃଖିତ ହୋଇଥିଲେ। ନିଜେ ମନୁ ଖେଳ ସାରାଜୀବନ ପାଇଁ ଛାଡିଦେବେ ବୋଲି କହିଥିଲେ। ଯାହାକୁ ଲକ୍ଷ କରି ତାଙ୍କ ମା’ ଝିଅ ସାମ୍ନାରୁ ଲୁଚାଇ ନେଇଥିଲେ ପିସ୍ତଲ। ଆଉ ଏହା ପରେ ସେ ବିଦେଶ ଯାଇ ଫ୍ୟାସନ୍‌ ଡିଜାଇନିଂ କୋର୍ସ କାରିବାକୁ ବାହାରିଥିଲେ । ହେଲେ କଥାରେ ଅଛି ଯାହାର ମନ ଯୋଊଠି ସେ ତାକୁ ଛାଡିବ କୋଉଠି।

ତାହା ହିଁ ହେଲେ ମନୁ ପୁଣି ପିସ୍ତଲକୁ ପ୍ରେମ କରିବା ଆରମ୍ଭ କଲେ। ଯଶପାଲ ରାଣାଙ୍କ ନେତୃତ୍ବରେ ପୁଣି ଆରମ୍ଭ ହେଲୋ ଟ୍ରେନିଂ। ଆଉ ନିରନ୍ତର ଉଦ୍ୟମ ପାଇଁ ସେ ହାତେଥଲେ ଅଲିମ୍ପିକ୍ ପଦକ। 

Olympics Olympics Indian Shooting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ