/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722324917.jpg)
Olympics 2024
ଭାରତୀୟ ସୁଟର ମନୁ ଭାକର ଚଳିତ ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ୍ ମେଡାଲ ଜିତିବା ସହ ଭାରତର ପଦକ ଖାତା ଖୋଲିଛନ୍ତି ମନୁ । ତେବେ ଏହି ସଫଳତା ପଛରେ ମନୁଙ୍କ କଠିନ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତା ବ୍ୟତୀତ ଏମିତି ଏକ ଶକ୍ତି ଓ ସାଧନା ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମନୁଙ୍କ କୋଚ୍ ଜଶପାଲ୍ ରାଣା, ମନୁଙ୍କ ପ୍ରଦର୍ଶନ ନୈରାଶଜନକ ହେବାପରେ ସମାଲୋଚିତ ହୋଇଥିଲେ । ସମସ୍ତଙ୍କ ଆଗରେ ସେ ହୋଇଯାଇଥିଲେ ଭିଲିଆନ୍ । ଏମିତିକି ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା । ମାତ୍ର ସେ ହାର୍ ମାନିନଥିଲେ, ସଂଘର୍ଷକୁ ବାଛି ନେଇଥିଲେ ।
ଟୋକିଓ ଅଲିମ୍ପିକ୍ସରେ ପିସ୍ତଲ ଖରାପ ହୋଇଯିବା କାରଣରୁ ମନୁ ପ୍ରାରମ୍ଭିକ ରାଉଣ୍ଡରୁ ବାହାର ହୋଇଯାଇଥିଲେ । ଏହାପରେ ମନୁ ଓ ଜଶପାଲଙ୍କ ମଧ୍ୟରେ ହୋଇଥିଲା ବିବାଦ । ମାତ୍ର ପ୍ୟାରିସରେ ଉଭୟ ପୁରୁଣା ତ୍ରୁଟିକୁ ସୁଧାରିଥିଲେ । ମନୁଙ୍କ ଲକ୍ଷ୍ୟ ଥିଲା ଭାରତ ପାଇଁ ପଦକ ଜିତିବା ଓ କୋଚ୍ ଜଶପାଲଙ୍କ ଆଶା ଥିଲା ନିଜ ପାଇଁ ଏକ ଫୁଲ୍ ଟାଇମ ଚାକିରି ଖୋଜିବା ଓ ସମ୍ମାନ ଫେରିପାରିବା । ଯାହାଦ୍ୱାରା ସେ ପ୍ରତିମାସରେ ଦରମା ପାଇବା ସହ ଘର ଚଳାଇ ପାରିବେ, କାରଣ ଗତ ତିନିବର୍ଷ ଧରି ତାଙ୍କୁ ଦରମା ମିଳିନଥିଲା ।
ଅଧିକ ପଢନ୍ତୁ : ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ
ମନୁ ପଦକ ଜିତିବା ପରେ ତାଙ୍କର କୋଚ୍ ଜଶପାଲ୍ ରାଣା ଏକ ସାକ୍ଷାତକାରରେ ଭାବବିହ୍ୱଳ ହୋଇଯାଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ମନୁଙ୍କ ଆଶ୍ଚର୍ଯ୍ୟଜନକ ଭାବେ ବିଦାୟ ପରେ ସେ କିପରି ସମାଲୋଚନାର ଶିକାର ହୋଇଥିଲେ ବଖାଣିଛନ୍ତି । କୋଚ୍ କହିଛନ୍ତି, "ମୁଁ ଉପସ୍ଥିତ ନଥିବା ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସ ପରେ ମୋତେ ଯେଉଁମାନେ ଦୁର୍ବ୍ୟବହାର କଲେ, ଖଳନାୟକ ଭାବେ ଚିତ୍ରିତ କରିଥିଲେ, ଏବେ ସେମାନେ ମୋର ସାକ୍ଷାତକାର ଚାହୁଁଛନ୍ତି । କିଛି ସମସ୍ୟା ନାହିଁ, ମୁଁ ସାକ୍ଷାତକାର ଦେଉଛି କିନ୍ତୁ ମୋ ଜୀବନରେ ହୋଇଥିବା କ୍ଷତିର ଭରଣା କ'ଣ ସେମାନେ କରିପାରିବେ ?"
ମନୁଙ୍କ ହାତରେ ଅଲିମ୍ପିକ ପଦକ ଦେଖି ଅତ୍ୟନ୍ତ ଖୁସିଥିବା କୋଚ୍ ରାଣା ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ଗତ ତିନି ବର୍ଷ ଧରି ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଇଣ୍ଡିଆ (NRAI)କିମ୍ବା ଦେଶର ଅନ୍ୟ କୌଣସି ଖେଳ ସଂସ୍ଥା ତାଙ୍କୁ ଦରମା ଦେଇନଥିଲେ । ଫଳରେ ଚାକିରି ଖୋଜିବା ଏବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ।
With the champion herself and her coach and my former teammate the great @jaspalrana2806pic.twitter.com/PPafTGG8eG
— Abhinav A. Bindra OLY (@Abhinav_Bindra) July 28, 2024
କୋଚ୍ ରାଣା ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ କିଛି କରିନାହିଁ, କେବଳ ମନୁ ସହାୟତା ପାଇଁ କହିବାରୁ ନିଜର କର୍ତ୍ତବ୍ୟ କରିଛି । ମନୁଙ୍କ ପ୍ରତିଭା ଉପରେ ବିଶ୍ୱାସ ଥିଲା, ସେ ନିଜକୁ ପ୍ରମାଣିତ କରିଥିବାରୁ ବହୁତ ଖୁସି । ଭାରତ ଫେରିବା ପରେ ନୂଆ ଭାବେ ଆରମ୍ଭ କରିବି । ରୋଜଗାର ପାଇଁ ଏକ ଚାକିରି ଯୋଗାଡ଼ କରିବାକୁ ହେବ । ମନୁ ସାହାଯ୍ୟ ପାଇଁ କହିବାରୁ ଏବେ ମୋତେ ପରିଚୟ ମିଳୁଛି, କିନ୍ତୁ ମନୁ ଜଣେ ଷ୍ଟାର । ମୁଁ କେବଳ ଜଣେ ବେରୋଜଗାର କୋଚ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)