Advertisment

Shahid Afridi Controversial Statement: ଆତଙ୍କବାଦୀଙ୍କ ସପକ୍ଷରେ ବାହାରିଲେ; ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ଆଫ୍ରିଦି...

ପୁଣିଥରେ ଭାରତର ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦି। ପହଲଗାମ୍ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଥିବା ବେଳେ, ଏପରି କିଛି କହିଛନ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କ ରକ୍ତକୁ ଗରମ କରିଦେବ।

ଅଦ୍ୟତନ ହୋଇଛି
Sahid Afridi Controversial Statement

Sahid Afridi Controversial Statement

Advertisment

ଲଜ୍ଜ୍ୟା ଭୁଲିଗଲେ ସାହିଦ ଆଫ୍ରିଦି । ଭାରତ ବିରୁଦ୍ଧରେ ଓଗାଳିଲେ ବିଷ, ଦେଲେ ବିବାଦୀୟ ବୟାନ । ଆତଙ୍କବାଦୀଙ୍କ ସପକ୍ଷରେ ବାହାରିଲେ, ଭାରତକୁ ଦେଲେ ଦୋଷ । ପୁଣିଥରେ ଭାରତର ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦି। ପହଲଗାମ୍ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଥିବା ବେଳେ, ଏପରି କିଛି କହିଛନ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କ ରକ୍ତକୁ ଗରମ କରିଦେବ। ଏକ ପାକିସ୍ତାନୀ ଗଣମାଧ୍ୟମ ଚ୍ୟାନେଲକୁ ବାଇଟ ଦେବା ସମୟରେ ଆଫ୍ରିଦି ଏତେ ତଳ ସ୍ତରକୁ ଚାଲିଗଲେ ଯେ ଏପରି ବିବାଦୀୟ ବୟାନ ଦେବାକୁ ପଛାଇଲେ ନାହିଁ।

Advertisment

ପହଲଗାମ୍ ଆକ୍ରମଣ ସମ୍ପର୍କରେ ତାଙ୍କ ମନ୍ତବ୍ୟ ରଖି ଆଫ୍ରିଦି କହିଥିଲେ, 'ଯଦି ଭାରତରେ ଗୋଟିଏ ବି ବାଣ ଫୁଟେ, ତେବେ ସେମାନେ ପାକିସ୍ତାନକୁ ଦୋଷ ଦିଅନ୍ତି। ପହଲଗାମ ଆକ୍ରମଣର ୧୦ ମିନିଟ୍ ଭିତରେ ପାକିସ୍ତାନକୁ ଦୋଷ ଦିଆଗଲା। ଆଫ୍ରିଦି ଆତଙ୍କବାଦୀଙ୍କ କାର୍ଯ୍ୟକୁ ନିନ୍ଦା ନକରି ଭାରତ ଉପରେ ନିଜ ଲୋକଙ୍କୁ ହତ୍ୟା କରିବା ଏବଂ ପାକିସ୍ତାନ ଉପରେ ଦୋଷ ଲଦିବାର ଭଳି ଲଜ୍ଜା ଜନକ ମନ୍ତବ୍ୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଆମେ ସବୁବେଳେ ଶାନ୍ତିକୁ ସମର୍ଥନ କରୁ। ଇସଲାମ ଆମକୁ ଶାନ୍ତି ଶିଖାଏ। ସେ ଦାବି କରିଥିଲେ ଯେ ପାକିସ୍ତାନ ସବୁବେଳେ ଭାରତ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଆସିଛି। କ୍ରୀଡା କୂଟନୀତି ସମର୍କ ରଖିବା ମଧ୍ୟ ଭଲ ହେଲେ ଭାରତ ଏହା ମଧ୍ୟ ଚାହିୁଁ ନାହିଁ। ପାକିସ୍ତାନରେ ଖେଳିବାକୁ ଭାରତୀୟ କ୍ରିକେଟ ଦଳକୁ ପଠାଉ ନାହାନ୍ତି। 

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Advertisment

ତେବେ ଏହା ପ୍ରଥମର ନୁହଁ ପୂର୍ବରୁ ଅନେକଥର ଆଫ୍ରିଦି ଏପରି ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସିଛନ୍ତି। ୨୦୨୦ ମସିହାରେ ଆଫ୍ରିଦି ପିଓକେ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ଧାର୍ମିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଥିଲେ। 

ସେହିପରି ଥରେ ବ୍ରିଟିଶ ସଂସଦରେ ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, ପାକିସ୍ତାନ କାଶ୍ମୀର ଚାହୁଁନାହିଁ। ଭାରତକୁ ମଧ୍ୟ ଦିଅନାହିଁ। କାଶ୍ମୀରକୁ ମୁକ୍ତ ରହିବାକୁ ଦିଅ। ଅତି କମରେ ମାନବତା ବଞ୍ଚି ରହିବ। ଏବେ ପୁଣିଥରେ ପହଲଗାମ୍ ଆକ୍ରମଣ ସମ୍ପର୍କରେ କୁତ୍ସିତ ମନ୍ତବ୍ୟ ଦେଇ ଆଫ୍ରିଦି ଆତଙ୍କବାଦୀଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା ଦେଖାଇ ଦେଇଛନ୍ତି ।

Advertisment

ଅଧିକ ପଢନ୍ତୁ: ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ଫ୍ଳାଗ୍ ମାର୍ଚ କଲା RPF

Shahid Afridi Pakistan Cricketer Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ