Advertisment

Saina Nehwal: କିଛି ଦିନ ପୂର୍ବେ ଅଲଗା ନେଇ ଘୋଷଣା କରିଥିଲେ, ଏବେ ପୁଣି ହେଲେ ଏକାଠି

ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ। କ୍ୟାମ୍ପରେ ସାକ୍ଷାତ ପରେ ଦୁହେଁ ଦୀର୍ଘ ସମୟ ଡେଟ କରିଥିଲେ ଓ ପରେ ୨୦୧୮ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୭ ବର୍ଷ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା।

Saina Nehwal

Saina Nehwal

Advertisment

କୁହାଯାଏ କିଛି ଜିନିଷରୁ ଦୂରେଇ ଗଲା ପରେ ହିଁ ତା’ର ଗୁରୁତ୍ୱ ବୁଝାପଡେ ! ଏମିତି କିଛି ଘଟିଛି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପଙ୍କ ସହ। ସାଇନା ଓ ପାରୁପଲ୍ଲୀ ଦୁହେଁ ଉଚ୍ଚକୋଟୀର ବ୍ୟାଡମିଣ୍ଟନ ଖେଳାଳି।

Advertisment

୧୯୯୭ ମସିହାରେ ପୁଲେଲା ଗୋପୀଚାନ୍ଦଙ୍କ କ୍ୟାମ୍ପରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ପ୍ରଥମେ ବନ୍ଧୁତା, ତା’ପରେ ପ୍ରେମ ଓ ଶେଷରେ ଦୁହେଁ ବିବାହ କରିଥିଲେ। କିନ୍ତୁ ଗତ ମାସ ୧୬ ଜୁଲାଇରେ ସାଇନା ନେହୱାଲ ପାରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେଇଥିଲା।

କିନ୍ତୁ ଏହି ଘୋଷଣାର ୧୭ ଦିନ ପରେ ସେମାନେ ନିଜ ନିଷ୍ପତ୍ତି ବଦଳାଇ ପୁଣି ଏକାଠି ହୋଇଛନ୍ତି। ସାଇନା ନେହୱାଲ ତାଙ୍କ ଇନଷ୍ଟାଗ୍ରାମରେ ପାରୁପଲ୍ଲୀ କଶ୍ୟପଙ୍କ ସହ ଏକ ଫୋଟୋ ସେୟାର କରି ଲେଖିଛନ୍ତି, "କେବେ କେବେ ଦୂରତା ଆମକୁ ଅନ୍ୟଙ୍କ ଉପସ୍ଥିତିର ଗୁରୁତ୍ୱ ଶିଖାଇଦିଏ। ଦେଖନ୍ତୁ, ଆମେ ପୁଣି ଚେଷ୍ଟା କରୁଛୁ।"

Advertisment

ସାଇନାଙ୍କ ଏହି ଘୋଷଣାରୁ ତାଙ୍କ ପ୍ରଶଂସକମାନେ ଖୁସି ଯେ ତାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ସଠିକ ବାଟରେ ଆଗେଇଛି। ୨୦୧୮ରେ କରିଥିଲେ ବିବାହ ସାଇନା ।

Advertisment

ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ। କ୍ୟାମ୍ପରେ ସାକ୍ଷାତ ପରେ ଦୁହେଁ ଦୀର୍ଘ ସମୟ ଡେଟ କରିଥିଲେ ଓ ପରେ ୨୦୧୮ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୭ ବର୍ଷ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଏହା ହେତୁ ସେମାନେ ନିଜ ଖେଳ ଉପରେ ମଧ୍ୟ ପୂର୍ଣ୍ଣ ରୂପେ ଧ୍ୟାନ ଦେଇ ପାରୁ ନଥିଲେ। ଏହି କାରଣରୁ ସେମାନେ ସୋସିଆଲ ମିଡିଆରେ ଅଲଗା ହେବାର ଘୋଷଣା କରିଥିଲେ।

ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ବ୍ୟତୀତ, ୨୦୧୫ରେ ସେ ନିଜର ଉତ୍କୃଷ୍ଟ ଖେଳ ପାଇଁ ରାଙ୍କିଙ୍ଗରେ ନମ୍ବର ୱାନ ଖେଳାଳି ହୋଇଥିଲେ। ପାରୁପଲ୍ଲୀ ୨୦୧୦ ଦିଲ୍ଲୀ କମନୱେଲଥ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଲଣ୍ଡନ ଅଲିମ୍ପିକ୍ସରେ ତାଙ୍କ ଯାତ୍ରା କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ୨୦୧୪ ଗ୍ଲାସଗୋ କମନୱେଲଥ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ କଲେ ଘୋଷଣା...ମୁହଁ ଖୋଲିନାହାନ୍ତି ସ୍ବାମୀ

Badminton Indian Shuttler Saina Nehwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ