Advertisment

Saina Nehwal : ସୋସିଆଲ ମିଡିଆରେ କଲେ ଘୋଷଣା...ମୁହଁ ଖୋଲିନାହାନ୍ତି ସ୍ବାମୀ

ସାଇନା ଓ କଶ୍ୟପ ଅନେକ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ । ପରେ ୨୦୧୮ରେ ବିବାହ କରିଥିଲେ । ଉଭୟ ହାଇଦ୍ରାବାଦରେ ପୁଲ୍ଲେଲା ଗୋପିଚାନ୍ଦ ଏକାଡେମୀରେ ଟ୍ରେନିଂ ନେଉଥିଲେ।

ଅଦ୍ୟତନ ହୋଇଛି
Saina Nehwal

Saina Nehwal

Advertisment

୨୦୧୮ରେ ବିବାହ କରିଥିଲେ । ୨୦୨୫ରେ ଅଲଗା ହୋଇଗଲେ । ସାଇନା ନେହୱାଲ। ଅଲିମ୍ପିକ୍ସରେ ଭାରତ ପାଇଁ ବ୍ୟାଡମିଟନରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏବେ ବିବାହ ବିଚ୍ଛେଦ ନେଇ ଘୋଷଣା କରିବା ପରେ ଚର୍ଚ୍ଚ।ରେ । ସାଇନା ସ୍ୱାମୀ ପାରୁପଲ୍ଲି କଶ୍ୟପଙ୍କ ଠାରୁ ଅଲଗା ହୋଇଯାଇଥିବା ସୋସିଆଲ ମିଡିଆରେ ଆନାଉନ୍ସ କରିଛନ୍ତି ।

Advertisment

କହିଛନ୍ତି “ବେଳେବେଳେ ଜୀବନ ଆମକୁ ଭିନ୍ନ ଏକ ଦିଗରେ ନେଇଯାଏ। ଅନେକ ବିଚାର ବିମର୍ଶ ପରେ କଶ୍ୟପ ପାରୁପଲ୍ଲି ଓ ମୁଁ ଅଲଗା ହୋଇ ଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ପାଇଁ ଓ ପରସ୍ପର ପାଇଁ ଶାନ୍ତି, ଉନ୍ନତିକୁ ବାଛିଛୁ। ସମସ୍ତ ସ୍ମୃତି ପାଇଁ ମୁଁ କୃତଜ୍ଞ। ମୁଁ କିଛି ଚାହୁଁନାହୁଁ, କିନ୍ତୁ ଆଗକୁ ବଢ଼ିବାକୁ ଚାହୁଁଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଓ ସମ୍ମାନ ଜଣାଉଥିବାରୁ ଧନ୍ୟବାଦ।”

SAINASAINA

ସାଇନା ଓ କଶ୍ୟପ ଅନେକ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ । ପରେ ୨୦୧୮ରେ ବିବାହ କରିଥିଲେ । ଉଭୟ ହାଇଦ୍ରାବାଦରେ ପୁଲ୍ଲେଲା ଗୋପିଚାନ୍ଦ ଏକାଡେମୀରେ ଟ୍ରେନିଂ ନେଉଥିଲେ। ସାଇନା ଦେଶ ପାଇଁ ଅନେକ ମେଡାଲ ଜିତିଛନ୍ତି । କଶ୍ୟପ ପାରୁପଲ୍ଲି ୨୦୧୪ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Advertisment
ସାଇନା ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ଘୋଷଣା କରିଛନ୍ତି। କିନ୍ତୁ କଶ୍ୟପ ଏଯାଏ ବିଚ୍ଛେଦ୍ୟ ସମ୍ପର୍କରେ କିଛି ବି କହିନାହାନ୍ତି । ଏବେ ସାଇନାଙ୍କ ବିବାହ ବିଚ୍ଛେଦ ସୋସିଆଲ ମିଡିଆରେ ଚର୍ଚ୍ଚ।ରେ ରହିଛି ।

ଅଧିକ ପଢ଼ନ୍ତୁ: ଶୁବମନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଟେଷ୍ଟ ରାଙ୍କିଙ୍ଗରେ ମାରିଲେ ଲମ୍ବା ଡିଆଁ

Advertisment
India News Saina Nehwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ