/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708784532.jpg)
Sachin Tendulkar
କଥା ଦେଇ କଥା ରଖିଲେ କ୍ରିକେଟ୍ ଜଗତର ଭଗବାନ । କଥା ଯେମିତି କାମ ବି ସେମିତି । ଗତ ମାସରେ କହିଥିଲେ ଏବେ କାମରେ କରି ଦେଖାଇଲେ । ପୂର୍ବତନ କ୍ରିକେଟ୍ର ସଚିନ ତେନ୍ଦୁଲକର ତାଙ୍କ ପ୍ରତିଶ୍ରୁତି ପାଳନ କରି କାଶ୍ମୀର ଗସ୍ତ ସମୟରେ ଜାମ୍ମୁ କାଶ୍ମୀର ପାରା କ୍ରିକେଟ୍ ଟିମ୍ର ଅଧିନାୟକ ଆମୀର ହୁସେନ୍ ଲୋନଙ୍କୁ ଭେଟିଛନ୍ତି । କ୍ରିକେଟ୍ ହେଉଛି ସମସ୍ତଙ୍କ ପାଇଁ ସମାନ । ଜମ୍ମୁ-କଶ୍ମୀର ପାରା କ୍ରିକେଟ୍ ଦଳର ଅଧିନାୟକ ହୁସେନ୍ ଲୋନେ ତାଙ୍କର ହିରୋ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ଭେଟିବା ପରେ ଏହାର ସବୁଠାରୁ ଚମତ୍କାର ଉଦାହରଣ ଦେଖିବାକୁ ମିଳିଛି ।
କାଶ୍ମୀର ଗସ୍ତରେ ଅଛନ୍ତି ସଚିନ...
ସଚିନ ଏବେ କାଶ୍ମୀର ଗସ୍ତରେ ଅଛନ୍ତି । ଷ୍ଟାର୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶେଷରେ ଆମୀର ଲୋନେଙ୍କୁ ଭେଟିଥିଲେ, ଯିଏ କି କାଶ୍ମୀରରେ ତାଲିମ ନେଉଥିବା ଏକ ଭିଡିଓ ସହିତ ତେନ୍ଦୁଲକରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ କ୍ରିକେଟ୍ ବିଷୟରେ କଥା ହୋଇଥିଲେ । କାଶ୍ମୀରର ଏହି ବ୍ୟାଟ୍ସମ୍ୟାନ୍ ତାଙ୍କ ଆଦର୍ଶକୁ ଭେଟିବା ପାଇଁ ନିଜର ଉତ୍ସାହଓ ଖୁସିକୁ ଲୁଚାଇ ପାରିନଥିଲେ । ତେନ୍ଦୁଲକର ଆମୀରଙ୍କୁ ପ୍ରଶଂସା କରି ତାଙ୍କୁ ଏହି ପିଢିର ପିଲାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି କହିଥିଲେ । ସଚିନ୍ ତାଙ୍କର ଇଚ୍ଛା ଶକ୍ତି, ନିଷ୍ଠା ଏବଂ ଖେଳ ପ୍ରତି ଉତ୍ସାହକୁ ପ୍ରଶଂସା କରିଥିଲେ । ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ ଆମୀର ଯେଉଁଠାରେ ପହଞ୍ଚିଛନ୍ତି କେବଳ ତାଙ୍କ କଠିନ ପରିଶ୍ରମ ଯୋଗୁଁ ପହଞ୍ଚି ପାରିଛନ୍ତି ।
ତେନ୍ଦୁଲକର ଆମୀରଙ୍କୁ ଏକ ବ୍ୟାଟ୍ ଉପହାର ଦେଇଥିଲେ ଯେଉଁଥିରେ ଲେଖିଅଛି - ‘ଆମୀର ହେଉଛନ୍ତି ପ୍ରକୃତ ହିରୋ । ସେ ପୁରା ଦେଶକୁ ପ୍ରେରଣା ଦେଉଛନ୍ତି ।’ ତାଙ୍କୁ ଭେଟି ବହୁତ ଖୁସି ଲାଗୁଛି ।
ଆମୀର ଜାମ୍ମୁ କାଶ୍ମୀର ପାରା କ୍ରିକେଟ୍ ଦଳର ଅଧିନାୟକ...
୩୪ ବର୍ଷୀୟ ଆମୀର ଜାମ୍ମୁ କାଶ୍ମୀରର ପାରା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି । ଏହି କ୍ରିକେଟ୍ର ଆଠ ବର୍ଷ ବୟସରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ଏକ ନିଆରା ଖେଳ ଶୈଳୀ ରହିଛି ଓ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ଆମୀର ୨୦୧୩ ଠାରୁ ବୃତ୍ତିଗତ ଭାବରେ କ୍ରିକେଟ୍ ଖେଳୁଛନ୍ତି । ଜଣେ ଶିକ୍ଷକ ତାଙ୍କ କ୍ରିକେଟ୍ ପ୍ରତିଭା ଜାଣିପାରିଥିଲେ କ୍ରିକେଟ୍ ଖେଳିବାକୁ ତାଙ୍କୁ ଉତ୍ସାହିତ କରିଥିଲେ । ଆଠ ବର୍ଷ ବୟସରେ ତାଙ୍କ ପିତାଙ୍କ ମିଲ୍ରେ ଦୁର୍ଘଟଣାରେ ଆମୀର ଦୁଇ ହାତ ହରାଇଥିଲେ ।
ଆମୀରଙ୍କ ବ୍ୟାଟିଂର ଭିଡିଓ ଦେଖି ସଚିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ...
ଗତ ମାସରେ ଆମୀରଙ୍କ ବ୍ୟାଟିଂର ଭିଡିଓ ଦେଖିବା ପରେ ସଚିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭବିଷ୍ୟତରେ ସେ ନିଶ୍ଚିତ ଭାବରେ ଅମୀର ହୁସେନ୍ ଲୋନେଙ୍କୁ ଭେଟିବେ ବୋଲି କହିଥିଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିବାରୁ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । । ସେ କହିଥିଲେ, 'ଆମୀର ଅସମ୍ଭବକୁ ସମ୍ଭବ କରିଛନ୍ତି । ମୁଁ ଏଥିରେ ବହୁତ ପ୍ରଭାବିତ ହୋଇଛି ! ଏହା ଦର୍ଶାଉଛି ଯେ ଖେଳ ପାଇଁ ତାଙ୍କର କେତେ ଭଲପାଇବା ଓ ନିଷ୍ଠା ରହିଛି । ଆଶାକରେ ଦିନେ ମୁଁ ତାଙ୍କୁ ଭେଟିବି ଓ ତାଙ୍କ ନାମରେ ଏକ ଜର୍ସି ମଧ୍ୟ ଆଣିବି । ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରି ଆମୀର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)