Advertisment

ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌; ଟସ୍‌ ଜିତି ଭାରତର ବୋଲିଂ

ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ ।

author-image
Manoranjan Behera
ଅଦ୍ୟତନ ହୋଇଛି
IND vs PAK

IND vs PAK

ଆଜି ଖେଳାଯିବ ଟି-ଟ୍ୱେଣ୍ଟିଂ ବିଶ୍ୱକପର ଏକ ରୋମାଞ୍ଚକର ମୁକାବିଲା । ଟକ୍କର ହେବ ଭାରତ ପାକିସ୍ତାନ ମଧ୍ୟରେ । ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ । ପାକିସ୍ତାନର ମିଡିଲ ଅର୍ଡର ଦୁର୍ବଳତାକୁ ଏକ୍ସପୋଜ କରିପାରିବେ କି ଭାରତୀୟ ବୋଲର । ରିଜୱାନ, ବାବରଙ୍କ ଫର୍ମକୁ ରୋକିପାରିବେ ତ ସାମି ଆଣ୍ଡ କୋ ବିରାଟ । ଚାଲିବ ତ ରୋହିତ ଓ ସୂର୍ଯ୍ୟ କୁମାରଙ୍କ ବଲ୍ଲା । ବ୍ୟାଟିଂ ଲାଇନ୍ ଅପ୍ ଟିମ୍‌ ଇଣ୍ଡିଆର ଖୁବ୍ ଦମଦାର ।

Advertisment

ଟିମ୍‌ ଇଣ୍ତିଆ ଚୂଡ଼ାନ୍ତ ଏକାଦଶରେ ଫାଷ୍ଟ ବୋଲିଂ ଦାୟିତ୍ୱରେ ରହିଛନ୍ତି ସାମି, ଭୁବନେଶ୍ୱର, ଅର୍ଶଦୀପ ସିଂହ । ସେହିପରି ସ୍ପିନ ଦାୟିତ୍ୱରେ ଆର. ଅଶ୍ୱିନ ଓ ଅଲରାଉଣ୍ଡର ଅକ୍ଷର ପଟେଲ । ଖେଳୁ ନାହାନ୍ତି ପନ୍ତ, ୱିକେଟ କିପିଂ ଦାୟିତ୍ୱରେ ଦିନେଶ କାର୍ତ୍ତିକ । ଟପ୍-୫ ବ୍ୟାଟର ତାଲିକାରେ ରୋହିତ, ରାହୁଲ, କୋହଲି
ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା (C), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (WC), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ

Advertisment

ପାକିସ୍ତାନ ଦଳ: ବାବର ଆଜାମ (C), ମହମ୍ମଦ ରିଜୱାନ (WC), ଶାନ ମାସୁଦ, ହାଇଦର ଅଲି, ମହମ୍ମଦ ନୱାଜ, ଶାଦାବ ଖାନ, ଇଫ୍ଟିଖର ଅହମ୍ମଦ, ଆସିଫ ଅଲି, ଶାହିନ ଆଫ୍ରିଦି, ହରିସ ରାଉଫ, ନାସିମ ଶାହା

Ind Vs Pak ICC T20 World Cup 2022
Advertisment
Advertisment