• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସବୁଠି ଇଣ୍ଡିଆ ଇଣ୍ଡିଆର ନାରା । ଭାରତ ବନିଛି ଟି-୨୦ ବିଶ୍ୱକପ ଚାମ୍ପିୟନ । ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ହରାଇ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି । ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲା । ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି । ବାର୍ବାଡସରେ ଇତିହାସ ରଚିଛି ଟିମ ଇଣ୍ଡିଆ ।

ଅଜୟ ଭାରତ... ବିରାଟ ବିଜୟ । ହାର୍ଦ୍ଦିକ ଶୁଭେଚ୍ଛା । ସାରା ଦେଶରେ ସେଲିବ୍ରେସନ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତ । କ୍ରିକେଟ ଜଗତର ସବୁ ମହାରଥୀଙ୍କୁ ପଛରେ ପକାଇ ଭାରତର ବିଜୟ ରେକର୍ଡ । ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ।

ତେବେ ଟିମ୍ ଇଣ୍ଡିଆର ଏହି ଚମତ୍କାର ବିଜୟକୁ ପ୍ରଶଂସାରେ ପୋତି ଦେବା ପାଇଁ ଉତ୍ତର ପ୍ରଦେଶ ପୋଲିସ ମଧ୍ୟ ପ୍ରୟାସ କରିଥିଲା । ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖିଛି, "ବ୍ରେକିଙ୍ଗ୍ ନ୍ୟୁଜ୍: ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାର ହୃଦୟ ଭାଙ୍ଗିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏକ ଅଭିନବ ଉପାୟରେ ଭାରତର ପ୍ରଦର୍ଶନକୁ ପ୍ରଶଂସା କରିଛି ଉତ୍ତର ପ୍ରଦେଶ ପୋଲିସ ।

୧୭ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ୱ ଚାମ୍ପିଅନ ହୋଇଛି ଭାରତ । ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ ହୋଇଥିଲା । ସେହିପରି ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିଛି । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୬ୱିକେଟ୍ ହରାଇ ୧୭୬ ରନ୍ କରିଥିଲା ।

ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ୭୬ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ୫୬ଟି ବଲ୍ ଖେଳି ୭୬ ରନ୍ ସଂଗ୍ରହ କରିଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ୪୭ ରନ୍ କରିଥିଲେ । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା ।

କିନ୍ତୁ କ୍ୱିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୬୯ ରନ କରିପାରିଥିଲା । ଭାରତର ବିଜୟ ପରେ ସାରା ଦେଶରେ ଫ୍ୟାନ୍ସ ମାନେ ସେଲିବ୍ରେସନ କରିଛନ୍ତି । ଭାରତର ଏହି ବିଜୟ ସବୁ ଭାରତୀୟଙ୍କୁ ଆଜି ଗର୍ବିତ କରିଛି ।

ଐତିହାସିକ ବିଜୟ ପରେ ଭାରତୀୟ ଟିମକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟ ୧୫୦ କୋଟି ଭାରତୀୟଙ୍କ ବିଜୟ ବୋଲି କହିଛନ୍ତି । ଆଗାମୀ ଦିନରେ ଭାରତ ଏଭଳି ବିଜୟ ଧାରା ବଜାୟ ରଖିବ ବୋଲି ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତୀୟ ଟିମ୍ ଏହି ମ୍ୟାଚ ଜିତିବା ସହ କୋଚ ରାହୁଲ ଦ୍ରାବିଡଙ୍କୁ ସର୍ବଶ୍ରେଷ୍ଠ ଉପହାର ଦେଇଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ପରାଜୟ ପରେ ଭାଙ୍ଗି ପଡିଥିବା ଆଶା, ଉଦ୍ଦୀପନା ଓ ଆତ୍ମବିଶ୍ୱାସକୁ ପୁଣି ଥରେ ଆକାଶଛୁଆଁ କରିଛି ଭାରତୀୟ କ୍ରିକେଟ ଟିମ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now