• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲମ୍ବୋର୍ଘିନି ଗାଡ଼ିରେ ୨୧୫ କିଲୋ ମିଟର ବେଗ । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ଗଡ଼ୁଥିଲା ଗାଡ଼ି । ଟିମ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା ଚଳାଉଥିଲେ ଗାଡ଼ି । ଏନେଇ ପ୍ରକାଶ ପାଇଛି ରିପୋର୍ଟ ।

ଅତ୍ୟଧିକ ବେଗ ପାଇଁ କିଛି ଦିନ ତଳେ ଋଷଭ ପନ୍ତଙ୍କ ଦୁର୍ଘଟଣା ହୋଇଥିଲା । ସେ କଥା ବର୍ତ୍ତମାନ ପର୍ଯ୍ୟନ୍ତ ମନରୁ ଲିଭି ନଥିବା ବେଳେ, ପୁଣି ଅତ୍ୟଧିକ ସ୍ପିଡରେ ଗାଡ଼ି ଚଳାଇ ଧରା ପଡ଼ିଛନ୍ତି ଟିମ୍ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ୨୦୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଉଥିଲେ ରୋହିତ ଶର୍ମା । ଗୋଟେ ସମୟରେ ଏହା ୨୧୫ କିଲୋ ମିଟର ପ୍ରତି ଘଣ୍ଟା ମଧ୍ୟ ଛୁଇଁ ଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । 

ଦେଶରେ ପ୍ରତିଦିନ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଅତ୍ୟଧିକ ବେଗ ଏହାର ପ୍ରମୁଖ କାରଣ ହୋଇଥିବା ବେଳେ, ବାରମ୍ବାର ସତର୍କ ସୂଚନା ଜାରି କରିବା ସତ୍ତ୍ବେ ଚେତୁ ନାହାନ୍ତି ନାଗରିକ । ଗତ ବର୍ଷ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଋଷଭ ପନ୍ତଙ୍କ ଦୁର୍ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ମନରୁ ଲିଭି ନାହିଁ ।

ରିପୋର୍ଟ ଅନୁଯାୟୀ ୨୦୨୧ ରେ ସଡ଼କ ଦୁର୍ଘଟଣାର ସଂଖ୍ୟା ୪.୧୨ ଲକ୍ଷ ଥିଲା । ପ୍ରତ୍ୟେକ ଦିନ ଭାରତରେ ୧୧୩୦ ଟି ଦୁର୍ଘଟଣା ଘଟୁଛି । ପ୍ରତି ଘଣ୍ଟାରେ ଦୁର୍ଘଟଣାରେ ୧୮ ଟି ଜୀବନ ଯାଉଛି । ଦୁର୍ଘଟଣା ଅନେକ ବଡ଼ ବଡ଼ ଲୋକଙ୍କ ଜୀବନ ନେଇଥିବା ବେଳେ, ଚେତୁ ନାହାନ୍ତି ସାଧାରଣ ଲୋକେ । 

ରୋହିତ ଶର୍ମାଙ୍କର ଏପରି ଆଚରଣ ପାଇଁ ନିଜ ସାଥିଙ୍କ ସହ ଟିମ ବସରେ ଯିବାକୁ ମୁମ୍ବାଇ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ବିଶ୍ବକପରେ ରୋହିତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଶୂନରେ ଆଉଟ ହେବା ପରେ ନିଜ ପ୍ରଦର୍ଶନ ସୁଧାର ଆଣି ପରେ ପରେ ଗୋଟିଏ ଶତକ ସହ ଅର୍ଦ୍ଧ ଶତକୀୟ ଇଂନିସ ଖେଳି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ୭୨.୩୩ ପ୍ରତିଶତ ହାରରେ ୨୧୭ ରନ ସଂଗ୍ରହ କରି ସାରିଲେଣି । ସମସ୍ତ ଫର୍ମାଟରେ ସବୁଠାରୁ ଅଧିକ ଛକା ବାଡ଼େଇବାର ରେକର୍ଡ ମଧ୍ୟ ରୋହିତଙ୍କର ନାମରେ ରହିଛି ।