/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706370762.jpg)
Rohan Bopanna
୪୩ ବର୍ଷରେ ଗ୍ରାଣ୍ଡସ୍ଲାମ। ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ୍ ହୋଇଛନ୍ତି ଟିମ୍ ଇଣ୍ଡିଆ ଟେନିସ ଷ୍ଟାର ରୋହନ ବୋପନ୍ନା। ବୋପନ୍ନାଙ୍କୁ ଏବେ ୪୩ ବର୍ଷ ୩୨୯ ଦିନ। ଆଉ ଏହି ବୟସରେ ଅଷ୍ଟ୍ରେଲିଆନ୍ ଓପନ ଜିତି ନୂଆ ରେକର୍ଡ ରଚିଛନ୍ତି ବୋପନ୍ନା।
ପ୍ରଥମେ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ୍ ଆଉ ଏବେ ବୟସ୍କ ଅଷ୍ଟ୍ରେଲିଆନ୍ ଓପନ ଡବଲ୍ସ ଚାମ୍ପିଅନ୍। ଅଷ୍ଟ୍ରେଲିୟ ଖେଳାଳି ମାଥ୍ୟୁ ଏବଡେନଙ୍କୁ ସାଥୀ କରି ବୋପନ୍ନା ବାଜି ମାରିଛନ୍ତି ଅଷ୍ଟ୍ରେଲିୟନ୍ ଓପନ। ଫାଇନାଲରେ ଇଟାଲୀ ପ୍ରତିଦ୍ୱନ୍ଦ୍ୱି ସିମନ ବୋଲେଲି ଏବଂ ଆନ୍ଦ୍ରେ ବାବସୋରୀଙ୍କୁ ମାତ୍ ଦେଇଛନ୍ତି ଏହି ଇଣ୍ଡୋ-ଅଷ୍ଟ୍ରେଲିୟ ଯୋଡି। ସିଧାସଳଖ ୭-୬, ୭-୫ ସେଟରେ ଦେଇଛନ୍ତି ମାତ୍। ୧ ଘଣ୍ଟା ୩୯ ମିନିଟ୍ ଯାଏଁ ଚାଲିଥିଲା ଗେମ୍। ଶେଷରେ ଚାମ୍ପିଅନ୍ ହୋଇଥିଲେ ବୋପନ୍ନା-ଏବଡେନ୍ ଯୋଡି। ବାପାନ୍ନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଏକ୍ସ ପେଜ୍ରେ ଶୁଭେଚ୍ଛା ଜଣାଇଛନ୍ତି ।
Time and again, the phenomenally talented @rohanbopanna shows age is no bar!
Congratulations to him on his historic Australian Open win.
His remarkable journey is a beautiful reminder that it is always our spirit, hard work and perseverance that define our capabilities.
Best… pic.twitter.com/r06hkkJOnN
— Narendra Modi (@narendramodi) January 27, 2024
୪୩ ବର୍ଷ ବୟସରେ ଅଷ୍ଟ୍ରେଲିଆନ ଓପନ ଜିତି ରେକର୍ଡ ରଚିଛନ୍ତି ବୋପନ୍ନା। ପୂର୍ବରୁ ନେଦରଲାଣ୍ଡସର ଜିଁ ଜୁଲିଆନ ରୋଜର ୪୦ ବର୍ଷ ବୟସରେ ଫ୍ରେଞ୍ଚ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଥିଲେ। ଏହା ପୂର୍ବରୁ ଦୁଇ ଥର ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପହଞ୍ଚିଥିଲେ ହେଁ କେବେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇ ନ ଥିଲେ ରୋହନ ବୋପନ୍ନା। ତେବେ ତାଙ୍କ ଖାତାରେ ଗୋଟିଏ ମିକ୍ସଡ୍ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ରହିଛି। ୨୦୧୭ରେ ସେ ଫ୍ରେଞ୍ଚ ଓପନର ମିକ୍ସଡ ଡବଲ୍ସ ଟାଇଟଲ ଜିତିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)