• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧୀରେ ଧୀରେ ସୁସ୍ଥ ହେଉଛନ୍ତି କ୍ରିକେଟର ଋଷଭ ପନ୍ତ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଶିକାର ହେବାର ୪୦ ଦିନ ପରେ ଏବେ ତାଙ୍କର ସ୍ୱାସ୍ଥାବସ୍ଥା ଠିକ୍ ହେବାକୁ ଲାଗୁଛି । ଏନେଇ ଋଷଭ ଇଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଫଟୋ ସେୟାର କରି ଋଷଭ ଲେଖିଛନ୍ତି ଯେ 'One step stronger... One step better' । ସେ ସୁସ୍ଥ ହେଉଥିବା ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି ।

ଇଷ୍ଟାଗ୍ରାମରେ ଋଷଭ ସେୟାର କରିଥିବା ଫଟୋରେ ଏକ ଆଶାବାଡ଼ି ଧରିଛନ୍ତି । ତାହାସହ ଧୀରେ ଧୀରେ ସେ ଚାଲିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ଏକ ଧଳା ଟି-ସାର୍ଟ ସହ କଳା ହାପ୍ ପ୍ୟାଣ୍ଟରେ ନଜର ଆସିଛନ୍ତି କ୍ରିକେଟର ଋଷଭ ପନ୍ତ ।

ଋଷଭଙ୍କ ଏହି ପୋଷ୍ଟରେ ତାଙ୍କର ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଶଂସକ ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବା ବେଳେ କିଛି ପ୍ରଶଂସକ ତାଙ୍କୁ ଫାଇଟର କହିଥିବା ଦେଖିବାକୁ ମିଳିଛି । ଋଷଭଙ୍କ ଏହି ପୋଷ୍ଟକୁ ୨ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ସେହିପରି ୫୭ ହଜାରରୁ ଅଧିକ କମେଣ୍ଟ ମିଳିଛି ।

ସୂଚନା ଥାଉକି ଗତ ଡିସେମ୍ବର ୩୦ ତାରିଖରେ ଭାରତୀୟ କ୍ରିକେଟର ଋଷଭ୍ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ମର୍ସିଡିଜ୍‌ କାର୍‌ରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଦିଲ୍ଲୀ-ଡେରାଡୁନ୍‌ ହାଇୱେର ରୁର୍କୀ ବର୍ଡର ନିକଟରେ ଦୁର୍ଘଟଣା ହୋଇଥିଲା ।

ଡିଭାଇଡରରେ ପିଟି ହୋବା ପରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପନ୍ତଙ୍କୁ ପ୍ରଥମେ ରୁର୍କୀର ସକ୍ଷମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡେରାଡୁନ୍‌ର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ଋଷଭ ।

ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ରିଷଭଙ୍କ ମାଙ୍କ ସହ କଥାବାର୍ତ୍ତା ପରେ ଦିଲ୍ଲୀ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା ।