IPL ୨୦୨୫ ପୂର୍ବରୁ ଅକ୍ଟୋବର ୩୧ରେ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କ ରିଟେନ୍ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଏହି ରିଟେନ୍ସନ୍ରେ ଏମିତି କିଛି ବଡ଼ ଖେଳାଳିଙ୍କ ନାଁ ରହିଛି ଯାହାଙ୍କୁ ରିଟେନ୍ କରିନାହାନ୍ତି । ଏହି ଲିଷ୍ଟର ସର୍ବାଗ୍ରେ ରହିଛନ୍ତି ଋଷଭ ପନ୍ତ । IPL ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ରିଲିଜ୍ କରିଛି । ପନ୍ତ ୨୦୧୬ରେ ଆଇପିଏଲ୍ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀର ଏକ ଅଂଶ ହୋଇଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଫ୍ରାଞ୍ଚାଇଜ୍ ତାଙ୍କୁ ରିଲିଜ୍ କରିଛି । ପନ୍ତ ରିଲିଜ୍ ହେବାର କିଛି ସମୟ ପରେ ଏହା ଅନୁମାନ କରାଯାଉଛି କି, ସେ ୨୦୨୫ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବାର ଦେଖିବାକୁ ମିଳିପାରେ । ଏହା ଆମେ କହୁନାହୁଁ ଏମଏସ୍ ଧୋନିଙ୍କ ଜଣେ ଘନିଷ୍ଠ ଏହା କହିଛନ୍ତି ।
Also Read
ତେବେ ଆଉ କେହିଁ ନୁହେଁ ଧୋନିଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରୈନା କହିଛନ୍ତି ଯେ, ପନ୍ତ ଖୁବଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ । ଜାତୀୟ ଗଣମାଧ୍ୟମରେ ସୂଚନା ଦେଇ ରୈନା କହିଛନ୍ତି, ‘ମୁଁ ଦିଲ୍ଲୀରେ ଏମଏସ୍ ଧୋନିଙ୍କୁ ଭେଟିଥିଲି ଏବଂ ପନ୍ତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କେହି ବହୁତ ଶୀଘ୍ର ହଳଦିଆ ଜର୍ସି ପିନ୍ଧିବେ’ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: IPL Retenction 2024: ଆସିଲା IPL ରିଟେନ୍ସନ୍ ତାଲିକା, ଏହି ୪ ଅଧିନାୟକଙ୍କୁ ଛାଡ଼ିଦେଲେ ଫ୍ରାଞ୍ଚାଇଜ୍
ରୈନାଙ୍କ ଏହି ବିବୃତ୍ତି ସ୍ପଷ୍ଟ କରିଛି ଯେ ଚେନ୍ନାଇ ଆଇପିଏଲ ୨୦୨୫ର ମେଗା ନିଲାମରେ ପନ୍ତଙ୍କୁ କିଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ । ପ୍ରକାଶ ଥାଉକି, ଖେଳାଳି ରିଟେନସନ୍ ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ଅନେକ ରିପୋର୍ଟ ଦାବି କରିଥିଲେ ଯେ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ୍ କରିବ ଏବଂ ସେ ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ଦେଖିବାକୁ ମିଳିପାରନ୍ତି । ତେବେ ଏହାରି ମଧ୍ୟରେ ଆଗାମୀ ଆଇପିଏଲ ସିଜିନ୍ରେ ପନ୍ତଙ୍କୁ କେଉଁ ଫ୍ରାଞ୍ଚାଇଜ୍ ତାଙ୍କ ଦଳରେ ସାମିଲ କରୁଛି ତାହା ବେଶ୍ ରୋଚକ ହେବ ।
ସୂଚନାଯୋଗ୍ୟ ଯେ ପନ୍ତ ୨୦୧୬ରେ ଆଇପିଏଲରେ ଡେବ୍ୟୁ କରିଥିଲେ । ୨୦୧୬ରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି । ୨୦୨୪ ଆଇପିଏଲ ସିଜିନ୍ରେ ସେ ଦିଲ୍ଲୀ ସହ ଜଡ଼ିତ ହେବାର ୯ ବର୍ଷ ପୂରଣ କରିଥିଲେ । ୨୦୨୧ ଆଇପିଏଲ ସିଜିନ୍ରୁ ପନ୍ତ ଦିଲ୍ଲୀର ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ । ତେବେ ୯ ବର୍ଷ ପରେ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ୍ କରିଛି । ପନ୍ତ ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୧୧ଟି ମ୍ୟାଚ୍ ଖେଳିଛନ୍ତି । ୧୧୦ ଇନିଂସରେ ସେ ୩୫.୩୧ ହାରାହାରି ଏବଂ ୧୪୮.୯୩ ଷ୍ଟ୍ରାଇକ ରେଟ୍ରେ ୩୨୮୪ ରନ୍ କରିଛନ୍ତି ।