Advertisment

Paris Olympics 2024: ନୀରଜ ଚୋପ୍ରାଙ୍କ ପାଇଁ କ୍ରିକେଟର ପନ୍ତଙ୍କ ବଡ଼ ଘୋଷଣା

ନୀରଜ ଚୋପ୍ରାଙ୍କ ପାଇଁ ବଡ଼ ଅଫର ଘୋଷଣା କଲେ କ୍ରିକେଟର ରିଷଭ ପନ୍ତ । ଗୋଲ୍ଡ ଜିତିଲେ ଲକି ବିଜେତାଙ୍କୁ ମିଳିବ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Rishabh Pant announcement Post For Neeraj Chopra

Rishabh Pant

ଅଲିମ୍ପିକ୍ସ ଖେଳ ବେଳେ କ୍ରିକେଟର ରିଭଷ ପନ୍ତଙ୍କ ନିଆରା ଅଫର୍ । ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ଜିତିଲେ ଖୁସିରେ ପନ୍ତ ଟଙ୍କା ବାଣ୍ଟିବାକୁ ଘୋଷଣା କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପରି ପ୍ୟାରିସରେ ମଧ୍ୟ ନୀରଜ ଚୋପ୍ରାଙ୍କ ଠାରୁ ଜାଭେଲିନ ଥ୍ରୋରେ ଗୋଲ୍ଡ ମେଡାଲ ଆଶା ରଖିଛି ଭାରତ । ନୀରଜ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଦମଦାର ପ୍ରଦର୍ଶନ ସହ ଫାଇନାଲରେ ପହଞ୍ଚି ସାରିଛନ୍ତି।

Advertisment

ଅଗଷ୍ଟ ୮ ତାରିଖରେ ଫାଇନାଲ ଖେଳାଯିବାକୁ ଥିବାବେଳେ ମୋଟ ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବ । ନୀରଜ ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଥ୍ରୋ କରି ଭାରତର ପଦକ ଆଶା ବଢାଇଛନ୍ତି । ଏଥିସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: Vinesh Phogat: ଭିନେଶ ଫୋଗଟ୍‌ ଭଲ ପାଠ ପଢୁଥିଲେ ମଧ୍ୟ କାହିଁକି ହେଲେନି ଡାକ୍ତର କି ଇଂଜିନିୟର୍

Advertisment

ତେବେ ଭାରତୀୟ କ୍ରିକେଟର ରିଷଭ ପନ୍ତ ସୋସିଆଲ ମିଡିଆ 'X' ରେ ଏକ ଅଫର ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା । ତାଙ୍କ ପୋଷ୍ଟରେ ଅଧିକ ଲାଇକ୍, କମେଣ୍ଟ କଲେ ୧୦୦୦୮୯ ଟଙ୍କା ଦେବାକୁ କହିଛନ୍ତି । ପୋଷ୍ଟରେ ନୀରଜ ଲେଖିଛନ୍ତି, "ଯଦି ଆସନ୍ତାକାଲି ନୀରଜ ଚୋପ୍ରା ଗୋଲ୍ଡ ମେଡାଲ ଜିତନ୍ତି, ଅଧିକ ଲାଇକ୍ ଓ କମେଣ୍ଟ କରିଥିବା ଲକି ବିଜେତାଙ୍କୁ ୧୦୦୦୮୯ ଟଙ୍କା ଦେବାକୁ ଘୋଷଣା କରୁଛି । ସେହିପରି ଅନ୍ୟ ୧୦ ଜଣଙ୍କୁ ଫ୍ଲାଇଟ୍ ଟିକେଟ ମିଳିବ । ଆସନ୍ତୁ ଭାରତରେ ଓ ବାହାରେ ଥିବା ସମସ୍ତେ ଭାଇଙ୍କୁ ସମର୍ଥନ କରିବା ।" 

ତେବେ ସବୁଠୁ ମଜାଦାର କଥା ହେଉଛି, ପନ୍ତଙ୍କ ଏପରି ଅଫର ଘୋଷଣା ପୋଷ୍ଟରେ ଅନେକ ୟୁଜର୍ସ ନିଜର ଅଫର ଘୋଷଣା କରିବାରେ ଲାଗିଛନ୍ତି । 

ଭାରତ ଏଯାବତ ପ୍ୟାରିସ ଅଲିମ୍ପିକ୍ସରେ ୩ଟି ବ୍ରୋଞ୍ଜ ମେଡାଲ ଜିତିପାରିଛି । ଗତଥରର ମେଡାଲ ସଂଖ୍ୟା ସହ ସମାନ ପାଇଁ  ଆହୁରି ୪ଟି ଆବଶ୍ୟକ ରହିଛି । ନୀରଜ ଚୋପ୍ରା ଗତ ସଂସ୍କରଣର ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବାରୁ ଏଥର ମଧ୍ୟ ଗୋଲ୍ଡ ମେଡାଲ ବିଜେତା ଦାବିଦାର ରହିଛନ୍ତି ।

ଅଧିକ ପଢ଼ନ୍ତୁ: ତୁମେ ଚାମ୍ପିଅନ୍ସଙ୍କ ଭିତରେ ଚାମ୍ପିଅନ, ଭିନେଶ ଫୋଗଟଙ୍କୁ ମୋଦିଙ୍କ ସାନ୍ତ୍ୱନା

Gold Medal Rishabh Pant Neeraj Chopra 2024 Paris Games
Advertisment
Advertisment