ରୋହିତ ଆଉଟ କି ନଟଆଉଟ .. ସୁପର ଓଭର ସୃଷ୍ଟି କଲା ବିତର୍କ

ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।

Rohit Sharma

ଗତକାଲି ଏକ ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ଦେଇଥିଲା ଭାରତ। ଦୁଇ ଦୁଇଟି ସୁପର ଓଭର ପରେ ବିଜୟର ସ୍ୱାଦ ଚାଖିଥିଲା ଟିମ ଇଣ୍ତିଆ । ତେବେ ଗତକାଲିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଜବରଦସ୍ତ ପ୍ରଦର୍ଶନ କରିଥିଲେ । ରୋହିତ ୧୨୧ ରନର ଧୂଆଁଧାର ପାଳି ଖେଳିଥିଲେ ।

ତେବେ ଉଭୟ ଦଳର ସମାନ ସ୍କୋର ହୋଇଯିବାରୁ ସୁପର ଓଭର ଖେଳା ଯାଇଥିଲା । ପ୍ରଥମ ସୁପର ଓଭରରେ କିନ୍ତୁ ଏକ ବିତର୍କ ମୁଣ୍ତ ଟେକିଛି । ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।

ଶେଷ ବଲରୁ ମାତ୍ର ଗୋଟିଏ ରନ ସଂଗ୍ରହ ହେବାରୁ ଦ୍ୱିତୀୟ ସୁପର ଓଭର ହୋଇଥିଲା । ଏଣୁ ରୋହିତ ପୁଣି ବ୍ୟାଟିଂ ପାଇଁ ପଡ଼ିଆକୁ ଫେରିଥିଲେ । ତେବେ ସେ ସମୟରେ ରୋହିତ ପୁଣି ଥରେ ବ୍ୟାଟିଂ ପାଇଁ ଆସିବା ଠିକ କି ଭୁଲ ସେ ଉପରେ ବିତର୍କ ସୃଷ୍ଟି ହୋଇଥିଲା ।

ପୁରୁଷ ଟି-୨୦ ପାଇଁ ଆଇସିସିର ନିୟମ ଅନୁଯାୟୀ, ପୂର୍ବ ସୁପର ଓଭରରେ ଆଉଟ ହୋଇଥିଲେ ଦ୍ୱିତୀୟ ସୁପର ଓଭରରେ ଖେଳିପାରିବେନି । ଅନ୍ୟପଟେ ରୋହିତ ଦ୍ୱିତୀୟ ସୁପର ଓଭରରେ ଖେଳିବାକୁ ଆସିଥିଲେ । ଏଣୁ ଏହା ଆଉ ଏକ ବିତର୍କର ସୃଷ୍ଟି କରିଥିଲା ।

ତେବେ ଅମ୍ପାୟାରମାନେ ରୋହିତ ରିଟାୟାର୍ଡ ହର୍ଟ କି ରିଟାୟାର୍ଡ ଆଉଟ .. ସେନେଇ କୌଣସି ସ୍ପଷ୍ଟୀକରଣ ଦେଇ ନ ଥିବାରୁ ଏପରି ବିବାଦ ଉପୁଜିଛି । ଯଦି ରୋହିତଙ୍କ ରିଟାୟାର୍ଡ ଆଉଟ ହୋଇ ଥାଆନ୍ତେ, ତେବେ ସେ ପରିବର୍ତ୍ତୀ ସୁପର ଓଭରରେ ବ୍ୟାଟିଂ କରିବା କଥା ନୁହେଁ । ଅନ୍ୟପଟେ ରିଟାୟାର୍ଡ ହର୍ଟ ହୋଇଥିଲେ, ପରବର୍ତ୍ତୀ ଓଭରରେ ବ୍ୟାଟିଂ କରିପାରିବେ । କିନ୍ତୁ ଅମ୍ପାୟାର କୌଣସି ସ୍ପଷ୍ଟୀକରଣ ଦେଇନଥିବାରୁ ରୋହିତଙ୍କୁ ରିଟାୟାର୍ଡ ହର୍ଟ ବୋଲି ବିବେଚନା କରାଯାଇଥିଲା ।

ଗୋଟିଏ ମ୍ୟାଚରେ ତିନି ତିନି ଥର ବ୍ୟାଟିଂ ପାଇଁ ଆସିଥିଲେ ରୋହିତ ଶର୍ମା । ଏନେଇ ସେ ସାମ୍ୱାଦିକ ସମ୍ମିଳନୀରେ ମଧ୍ୟ ମତବ୍ୟକ୍ତ କରିଥିଲେ । ଭାଗିଦାରୀ ତିଆରି କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଏଣୁ ରିଙ୍କୁ ଓ ମୁଁ ତାହା କରିଥିଲୁ । ଚାପ ଥିଲା ଏବଂ ଲମ୍ବା ବ୍ୟାଟିଂର ଆବଶ୍ୟକତା ଥିଲା । ମ୍ୟାଚ ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ରୋହିତ ଶର୍ମା ।