Advertisment

Video: ଏ ଖୁସିର ଲୁହ ! ମ୍ୟାଚ୍‌ ଜିତିବା ପରେ ଭାବପ୍ରବଣ ହୋଇ ପତ୍ନୀଙ୍କୁ ଆଲିଙ୍ଗନ କଲେ ଜାଡ଼େଜା...

ମ୍ୟାଚ୍‌ ଜିତିବା ପରେ ରବୀନ୍ଦ୍ର ଜାଡ଼େଜା ଭାବପ୍ରବଣ ହୋଇଯାଇଥିଲେ। ଦୌଡ଼ି ଯାଇ ସେ ଏମ୍‌ଏସ୍‌ ଧୋନିଙ୍କୁ ଆଲିଙ୍ଗନ କରିଥିଲେ। ଏହାସହ ଇମୋସନାଲ୍‌ ହୋଇ ଜାଡ଼େଜା ପତ୍ନୀ ରିଭାବାଙ୍କୁ ମଧ୍ୟ ସର୍ବସମ୍ମୁଖରେ ଆଲିଙ୍ଗନ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ravindra Jadeja Hugs Wife After CSK Win in IPL 2023 Final

Ravindra Jadeja Hugs Wife After CSK Win in IPL 2023 Final

ଏଥରର ଆଇପିଏଲ ୨୦୨୩(IPL 2023) ଚାମ୍ପିୟନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌(Chennai Super Kings)। ଗତକାଲି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍‌ ଦେଇଛି ଚେନ୍ନାଇ। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ୍‌ କରିଥିଲା। ତେବେ ବର୍ଷା ବାଧକ ସାଜିବା ପରେ DL ମେଥଡ୍ ଅନୁସାରେ, ଚେନ୍ନାଇ ଲାଗି ୧୫ ଓଭରରେ ୧୭୧ ରନ୍‌ର ଟାର୍ଗେଟ ରହିଥିଲାା ପ୍ରତିଟି ଓଭର, ପ୍ରତିଟି ବଲ୍ ଗତକାଲି ନିର୍ଣ୍ଣାୟକ ଥିଲା।

Advertisment

ଏପରିକି ଧୋନି ଡକ୍ ଆଉଟ୍ ହେବା ପରେ ଚେନ୍ନାଇର ହାର୍ ଏକ ପ୍ରକାର ସୁନିଶ୍ଚିତ ବୋଲି ଆକଳନ କରାଯାଉଥିଲା। କିନ୍ତୁ ରବୀନ୍ଦ୍ର ଜାଡ଼େଜା ସବୁ କିଛି ବଦଳାଇ ଦେଇଥିଲେ। ଶେଷ ଦୁଇଟି ବଲ୍‌ରେ ବିଜୟର ମୁକୁଟ ପିନ୍ଧାଇଥିଲେ ଜାଡ଼େଜା। ଶେଷ ଦୁଇଟି ବଲ୍‌ରେ ଛକା ଓ ଚୌକା ମାରି ଟିମ୍‌କୁ ପଞ୍ଚମ ଥର ପାଇଁ ଚାମ୍ପିୟନ କରାଇଥିଲେ ଜାଡେଜା।

ମ୍ୟାଚ୍‌ ଜିତିବା ପରେ ରବୀନ୍ଦ୍ର ଜାଡ଼େଜା ଭାବପ୍ରବଣ ହୋଇଯାଇଥିଲେ। ଦୌଡ଼ି ଯାଇ ସେ ଏମ୍‌ଏସ୍‌ ଧୋନିଙ୍କୁ ଆଲିଙ୍ଗନ କରିଥିଲେ। ଏହାସହ ଇମୋସନାଲ୍‌ ହୋଇ ଜାଡ଼େଜା ପତ୍ନୀ ରିଭାବାଙ୍କୁ ମଧ୍ୟ ସର୍ବସମ୍ମୁଖରେ ଆଲିଙ୍ଗନ କରିଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଗୁଜରାଟର ବିଧାୟକ ତଥା ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡ଼େଜାଙ୍କୁ ଗତକାଲି ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥିଲା। ଚିୟର ଅପ୍‌ କରିବା ପାଇଁ ରିଭାବା ଗତକାଲି ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। 

Advertisment

ତେବେ ଶେଷ ଦୁଇଟି ବଲ୍‌ରେ ଚେନ୍ନାଇକୁ ବିଜୟର ମୁକୁଟ ପିନ୍ଧାଇବା ପରେ ଜାଡ଼େଜା କିଛି ସମୟ ପାଇଁ ଭାବପ୍ରବଣ ହୋଇଯାଇଥିଲେ। ମ୍ୟାଚ୍‌ ସରିବା ପରେ ଭାବପ୍ରବଣ ହୋଇ ପତ୍ନୀ ରିଭାବାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ରିଭାବା ମଧ୍ୟ କିଛି ସମୟ ପାଇଁ ଭାବପ୍ରବଣ ହୋଇଯାଇଥିଲେ। ଏପରିକି ତାଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା। 


— Mufaddal Vohra (@mufaddal_vohra) May 29, 2023

IPL 2023
Advertisment
Advertisment