/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636457716.jpg)
Ravi Shastri
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚମ୍ପିଆନ୍ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ଅଟନ୍ତି । ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି । ଟେଷ୍ଟ, ଦିନିକିଆ, ଟି୨୦ ସବୁ ଫର୍ମାଟରେ ଟିମ୍ ଇଣ୍ଡିଆର ବିଶ୍ୱରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି । ଚଳିତ ବିଶ୍ୱକପ୍ରେ କିଛିଟା ଖରାପ ପ୍ରଦର୍ଶନ ହୋଇଥିଲେ ମଧ୍ୟ ତାହା କୌଣସି ପ୍ରଭାବ ପକାଇବ ନାହିଁ । ଆମେ ଅତୀତରେ କଣ କରିଛୁ ନଭାବି ଆଗକୁ କଣ କରିବା ତାହା ଟିମ୍ର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଦୋହରାଇଥିଲେ ରବି ଶାସ୍ତ୍ରୀ ।
Also Read
ଗତକାଲି ନାମିବ୍ୟା ବିପକ୍ଷରେ ବିଶାଳ ବିଜୟରେ ଟି୨୦ ବିଶ୍ୱକପ୍ ଅଭିଯାନ ସାରିଛି ଟିମ୍ ଇଣ୍ଡିଆ । ତାସହ ରବି ଶାସ୍ତ୍ରୀଙ୍କ ହେଡ୍ କୋଚ୍ର କାର୍ଯ୍ୟକାଳ ସମାପ୍ତ ହୋଇଛି । ଡ୍ରେସିଂ ରୁମ୍ରେ ଶେଷ ଅଭିଭାଷଣ ବେଳେ ସମସ୍ତ ଖେଳାଳି ଓ ଟିମ୍ ଷ୍ଟାଫ୍ ଗତକାଲି ଭାବବିହ୍ବଳ ହୋଇ ପଡିଥିବାର ଦେଖିବାକୁ ମିଳିଛି । ରବି ଶାସ୍ତ୍ରୀ ତାଙ୍କ କାର୍ଯ୍ୟକଳାପ ସୀମା ମଧ୍ୟରେ କୌଣସି ବି ଆଇସିସି ଟ୍ରଫି ଜିତି ନଥିବା ନେଇ ବେଶ ଦୁଃଖ ପ୍ରକାଶ କରିଥିଲେ । ବହୁବାର ଟ୍ରଫିର ନିକଟତର ହୋଇ ହାରି ଯିବା କଥା କହି ଭାବବିହ୍ୱଳ ହୋଇ ପଡିଥିଲେ ରବି ଶାସ୍ତ୍ରୀ । ଯେପରିକି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଆନସିପରେ ନ୍ୟୁଜିଲ୍ୟାଣ୍ତ ଠାରୁ ହାରିଯିବା କଥା ମଧ୍ୟ କହିଥିଲେ ।
ଡ୍ରେସିଂ ରୁମ୍ର ଏହି ବାତାବରଣ ସମସ୍ତ ଖେଳାଳିଙ୍କୁ ବେଶ ଭାବବିହ୍ୱଳ କରିଦେଇଥିଲା । ତେବେ ଏହି ଦୁଇ ବର୍ଷର ମହାମାରୀ ଯୋଗୁଁ ଯେଉଁସବୁ ବାଧାବିଘ୍ନ ଆସିଥିଲା । ତାହାକୁ ଅତିକ୍ରମ କରି ଦଳର ପ୍ରଦର୍ଶନ ବେଶ ଭଲ ରହିଥିଲା ବୋଲି ଶାସ୍ତ୍ରୀ କହିଛନ୍ତି । ତେବେ ଅଧିନାୟକ କୋହିଲି ଓ କୋଚ ରବି ଶାସ୍ତ୍ରୀଙ୍କ ୭ ବର୍ଷ ଯୋଡିର ମଧ୍ୟ ସମାପ୍ତି ଘଟିଛି । ତେବେ ଦୁହିଁଙ୍କ ନେତୃତ୍ୱରେ ଭାରତ ବିଦେଶ ମାଟିରେ ଜିତି ରେକର୍ଡ ହାସଲ କରିଛି । ତେବେ ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ସମାପ୍ତ ସହ ଅଧିନାୟକ କୋହିଲି ମଧ୍ୟ ଟି ୨୦ ରୁ ଅଧିନାୟକ ପଦରୁ ବିଦାୟ ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)