Advertisment

ବଢ଼ିବନି ରାହୁଲଙ୍କ କାର୍ଯ୍ୟକାଳ, ସେ ଚାହିଁଲେ ପୁଣି କରିପାରିବେ ଆବେଦନ...

ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରାହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rahul Dravid

Rahul Dravid

ବିସିସିଆଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି। ବିସିସିଆଇର ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଟିମ୍‌ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଖୁବ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ । ୨୦୨୧ ମସିହା ନଭେମ୍ବର ମାସରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡଙ୍କର ଚୁକ୍ତିନାମା ୨୦୨୩ ବିଶ୍ୱକପ ସମାପ୍ତ ହେବା ପରେ ବୃଦ୍ଧି କରାଯାଇଥିଲା । ଏବେ ତାଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି ।

Advertisment

ତେବେ ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ମୁଖ୍ୟ କୋଚ୍‌ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ ବୋଲି କୁହାଯାଉଛି। 

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ରାହୁଲଙ୍କ କାର୍ଯ୍ୟକାଳ ଜୁନ୍‌ ପର୍ଯ୍ୟନ୍ତ ରହିଛି । ଏହା ପରେ ଯଦି ସେ ହେଡ କୋଚ୍‌ ଲାଗି ପୁଣି ଥରେ ଆବେଦନ କରୁଛନ୍ତି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ସେପଟେ ମୁଖ୍ୟ କୋଚଙ୍କ ପରାମର୍ଶ କ୍ରମେ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କୋଚଙ୍କ ନିଯୁକ୍ତି ହେବେ । ଏହା ସହ ବିଦେଶୀ କୋଚ୍‌ଙ୍କ ସମ୍ଭାବନାକୁ ମଧ୍ୟ ଜୟ ଶାହ ଅସ୍ୱୀକାର କରିନାହାନ୍ତି । ଏନେଇ ସେ ଅଧିକ କିଛି କହିନାହାନ୍ତି ।

Advertisment

ବିସିସିଆଇ ଅଧିକାରୀଙ୍କ ମତରେ, ନୂଆ କୋଚ୍‌ ଭାରତ କିମ୍ବା ବାହାର ଦେଶର ହେବେ ସେନେଇ ପୂର୍ବରୁ ସ୍ପଷ୍ଟ କରିହେବ ନାହିଁ । ତେବେ ବିଭିନ୍ନ ଫର୍ମାଟ ଲାଗି ଭିନ୍ନ ଭିନ୍ନ କୋଚ୍‌ଙ୍କ ନିଯୁକ୍ତି ଉପରେ ବିଚାର କରିବାର ସମ୍ଭାବନା ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି ।

ଅନ୍ୟପଟେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଇମ୍ପାକ୍ଟ ପ୍ଲେୟର ନିୟମ ଉପରେ ଜୟ ଶାହ ମନ୍ତବ୍ୟ ଦେଇଛନ୍ତି । ଇମ୍ପାକ୍ଟ ପ୍ଲେୟର ନିଷ୍ପତ୍ତି ଉପରେ ଅଧିନାୟକ ଏବଂ କୋଚଙ୍କ ସହ ଆଲୋଚନା ପରେ ବିଚାର କରାଯିବ । ଏହା ଦ୍ୱାରା ଅଲରାଉଣ୍ଡର ପ୍ରଭାବିତ ହୋଇପାରନ୍ତି ବୋଲି ପ୍ରଶ୍ନରେ ଶାହ କହିଛନ୍ତି ଯେ, ଇମ୍ପାକ୍ଟ ପ୍ଲେୟର ନିୟମ ଦ୍ବାରା ଦୁଇ ଜଣ ଭାରତୀୟ ଖେଳାଳିଙ୍କୁ ଆଇପିଏଲରେ ସୁଯୋଗ ମିଳୁଛି । ତେବେ ଇମ୍ପାକ୍ଟ ପ୍ଲେୟର ନିୟମ ଜାରି ରଖିବୁ କି ନାହିଁ ସେନେଇ ଆମେ ସବୁ ଫ୍ରାଞ୍ଚାଇଜଙ୍କ ସହ ଆଲୋଚନା କରିବୁ । କିନ୍ତୁ କେହି ଏହି ନିୟମ ବିରୋଧରେ ପ୍ରତିକ୍ରିୟା ଦେଇନାହାନ୍ତି ।

Cricket Rahul Dravid
Advertisment
Advertisment