Advertisment

ଦ୍ରାବିଡ୍‌ଙ୍କ ମହାନତା; ପୁରସ୍କାର ରାଶିର ଅଧା ଟଙ୍କା ଫେରାଇଦେଲେ..କହିଲେ..

ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ପୂର୍ବତନ ହେଡ୍‌ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ ଅଢ଼େଇ କୋଟି ଗ୍ରହଣ କରିଛନ୍ତି। ବାକି ଅଢ଼େଇ କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା କରି ଦେଇଛନ୍ତି।

ଅଦ୍ୟତନ ହୋଇଛି
Rahul Dravid Rejects 2.5 Crore Bonus

Rahul Dravid

Advertisment

ମହାନତା ଦେଖାଇଲେ ଟିମ୍‌ ଇଣ୍ତିଆର ପୂର୍ବତନ ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌। ସମସ୍ତ କ୍ରିକେଟପ୍ରେମୀଙ୍କ ମନ ଜିତିଲେ ଦ୍ରାବିଡ। ତାଙ୍କର ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିବା ପରେ ଦ୍ରାବିଡ୍‌ଙ୍କୁ ପୁରସ୍କାର ରାଶି ଭାବେ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ସେ ଏହାକୁ ନେବା ପାଇଁ ମନା କରିଦେଇଥିଲେ। ତେବେ ସେ କଣ ପାଇଁ ମନା କଲେ, ତାହାକୁ ନେଇ ବେଶ୍‌ ଚର୍ଚ୍ଚା।

Advertisment

ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ପୂର୍ବତନ ହେଡ୍‌ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ ଅଢ଼େଇ କୋଟି ଗ୍ରହଣ କରିଛନ୍ତି। ବାକି ଅଢ଼େଇ କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା କରି ଦେଇଛନ୍ତି। BCCI ପକ୍ଷରୁ କୋଚିଂ ଷ୍ଟାଫ୍‌ଙ୍କୁ ଅର୍ଥାତ ବୋଲିଂ, ବ୍ୟାଟିଂ, ଫିଲ୍ଡିଂ କୋଚ୍‌ଙ୍କୁ ଅଢ଼େଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା। କିନ୍ତୁ ଦ୍ରାବିଡ୍‌ଙ୍କୁ ୫ କୋଟି ଟଙ୍କା ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ତିଆର ନୂଆ କୋଚ୍ ହେଲେ ଗମ୍ଭୀର, ବିସିସିଆଇ ଦେଲା ସୂଚନା

ରାହୁଲଙ୍କ ମତରେ ସମସ୍ତ କୋଚ୍ ସମାନ ପୁରସ୍କାର ପାଇବା ଉଚିତ୍। ସେ ଅନ୍ୟ କୋଚ୍‌ମାନଙ୍କଠାରୁ ଅଧିକ ପୁରସ୍କାର ନେବାକୁ ଚାହୁଁନଥିଲେ। ତେଣୁ ସେ ପୁରସ୍କାର ବାବଦକୁ କେବଳ ଅଢ଼େଇ କୋଟି ଟଙ୍କା ଗ୍ରହଣ କରିଛନ୍ତି। ତେବେ ତାଙ୍କର ଏହି ମହାନତା ସବୁ କ୍ରିକେଟପ୍ରେମୀଙ୍କୁ ଆକୃଷ୍ଟ କରିଛି।

Advertisment

ବିସିସିଆଇ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ୍‌, ସଂରକ୍ଷିତ ଖେଳାଳି ଓ ଅନ୍ୟ ସଦସ୍ୟମାନଙ୍କ ପାଇଁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେଥିରୁ ଟିମ୍‌ର ୧୫ ଜଣ ଖେଳାଳିଙ୍କୁ ୫ କୋଟି ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ କୋଚ୍‌ ଭାବେ ରାହୁଲ ଡ୍ରାଭିଡଙ୍କୁ ମଧ୍ୟ ୫ କୋଟି ଟଙ୍କା ପ୍ରଦାନ କରିଥିଲା। ତେବେ ସେ ଅଢ଼େଇ କୋଟି ଗ୍ରହଣ କରିବେ ବୋଲି କହିବାରୁ ବିସିସିଆଇ ପକ୍ଷରୁ ତାଙ୍କ ଭାବନାକୁ ସମ୍ମାନ ଦିଆଯାଇଥିଲା। ମୁମ୍ବାଇରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଜୟୋତ୍ସବ ପାଳନ ପରେ ସମସ୍ତଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ପୂର୍ବରୁ ୨୦୧୮ରେ ଟିମ୍‌ ଇଣ୍ତିଆ U19 ବିଶ୍ୱକପ୍‌ ଟ୍ରଫି ଜିତିଥିଲା। ସେତେବେଳେ ମଧ୍ୟ ଦ୍ରାବିଡ୍‌ଙ୍କୁ ପୁରସ୍କାର ରାଶି ଭାବେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଖେଳାଳିମାନଙ୍କୁ ୩୦ ଲକ୍ଷ ଲେଖାଁଏ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୨୦ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା। କିନ୍ତୁ ଦ୍ରାବିଡ୍‌ ୫୦ ଲକ୍ଷ ପରିବର୍ତ୍ତେ କେବଳ ୨୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। କୋଚିଂ ଷ୍ଟାଫ୍‌ମାନଙ୍କୁ ସମାନ ଟଙ୍କା ବାଣ୍ଟିବା ପାଇଁ ଅନୁରୋଧ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: Sports: ରୋହିତ ଓ ବିରାଟଙ୍କ ପରେ ଟି-୨୦ ଆନ୍ତର୍ଜାତିକରେ କେତେ ଉଜ୍ଜ୍ୱଳ ଭାରତର ଭବିଷ୍ୟତ

Team India BCCI Rahul Dravid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ