Advertisment

IPL 2025: IPL ଇତିହାସରେ ନୂଆ ରେକର୍ଡ କଲେ ଶ୍ରେୟସ୍; ବିଦା ହେଲା ମୁମ୍ବାଇ ଇଣ୍ଡିଆନ୍ସ

କାଲି ମୁମ୍ବାଇ ଓ ପଞ୍ଜାବ ଭିତରେ ଫାଇନାଲ୍ ଟିକେଟ୍ ପାଇଁ ଖେଳାଯାଇଥିବା କ୍ବାଲିଫାଏର-ଟୁରେ ରୋମାଞ୍ଚକର ସ୍ଥିତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦିଆଯାଇଥିବା ୨୦୪ ରନ୍‌ର ଟାଗେର୍ଟକୁ ୧୯ ଓଭର୍ ଓ ୫ ୱିକେଟ୍ ବାକି ଥାଇ ହାସଲ କରି ନେଇଛି ପଞ୍ଜାବ କିଙ୍ଗସ୍।

 IPL 2025

IPL 2025

Advertisment

IPL କ୍ବାଲିଫାଏରରେ ଗତକାଲି ସରିଛି ଦମଦାର ମ୍ୟାଚ୍। କାଲି ମୁମ୍ବାଇ ଓ ପଞ୍ଜାବ ଭିତରେ ଫାଇନାଲ୍ ଟିକେଟ୍ ପାଇଁ ଖେଳାଯାଇଥିବା କ୍ବାଲିଫାଏର-ଟୁରେ ରୋମାଞ୍ଚକର ସ୍ଥିତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦିଆଯାଇଥିବା ୨୦୪ ରନ୍‌ର ଟାଗେର୍ଟକୁ ୧୯ ଓଭର୍ ଓ ୫ ୱିକେଟ୍ ବାକି ଥାଇ ହାସଲ କରି ନେଇଛି ପଞ୍ଜାବ କିଙ୍ଗସ୍। 

Advertisment

ଗତକାଲି କ୍ୟାପଟେନ୍ ଇନିଂସ୍ ଖେଳିଥିଲେ ଶ୍ରେୟସ୍ ଆୟାର୍। ଶେଷ ଯାଏ କ୍ରିସ୍‌ରେ ରହି ନଟଆଉଟ୍  ୮୭ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍ ଜିତି ସିଧା ଫାଇନାଲକୁ ପ୍ରବେଶ କରିଛି ପଞ୍ଜାବ। ଶ୍ରେୟସ୍ ଆଇପିଏଲ୍ ଇତିହାସରେ ଆଉ ଏକ ନୂଆ ରେକର୍ଡ ବି ଦାଏର କରିଛନ୍ତି। 

ଅଧିକ ପଢ଼ନ୍ତୁ: ଏଲିମିନେଟର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍‌, ୩ ବର୍ଷ ପରେ IPLରେ ହେଉଛି କମ୍‌ବ୍ୟାକ୍‌

Advertisment

ଗତଥର ନିଜ ଅଧିନାୟିକତ୍ବରେ KKRକୁ ବିଜୟ କରାଇଥିଲେ, ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସକୁ ଫାଇନାଲକୁ ନେଇଛନ୍ତି, ଆଉ ଏଥରର ପଞ୍ଜାବର ପାଳି। ଆସନ୍ତାକାଲି ଫାଇନାଲ୍ ରୋୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ ଓ ପଞ୍ଜାବ କିଙ୍ଗସ୍ ଭିତରେ ଖେଳାଯିବ। ଯିଏ ଜିତିବ ସିଏ ହେବ IPLରେ ପ୍ରଥମ ଥର ପାଇଁ ହେବ ଚ୍ୟାମ୍ପିଅନସ୍ ।

ପୂର୍ବରୁ ମୋଟେରା ଷ୍ଟାଡିୟମ୍‌ରେ ରାତିରେ ତେଜ ଦେଖାଇଥିଲେ ସୂର୍ଯ୍ୟ। ଚଳିତ ଋତୁରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ସମସ୍ତ ୧୫ ମ୍ୟାଚ୍‌ରେ ୨୫ରୁ ଉର୍ଧ୍ବ ରନ୍‌ର ପାଳି ଖେଳିବା ସହ ରେକର୍ଡ କରିଛନ୍ତି। ଅଣ ଓପନର୍ ଭାବେ ମଧ୍ୟ ୭୦୦ ରନ୍ ସଂଗହ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ସେ ମୋଟ ୭୧୭ ରନ୍‌ କରିଛନ୍ତି। ଏ‌ କ୍ଷେତ୍ରରେ ଆଇପିଏଲ୍‌ ଇତିହାସରେ ୧୨ତମ ଏବଂ ମୁମ୍ବାଇର ପ୍ରଥମ ଖେଳାଳି ହୋଇଛନ୍ତି। ଏଲିମିନେଟର୍‌ରେ ଦୁଇ ଥର ଜୀବନଦାନ ପାଇଁ ୮୧ ରନ୍ କରିଥିବା ରୋହିତ ଶର୍ମା ଏଥର କିନ୍ତୁ କ୍ୟାଚ୍‌ ଡ୍ରପ୍‌ରୁ ଫାଇଦା ଉଠାଇପାରି ନଥିଲେ। ମାତ୍ର ୮ ରନ୍ କରିବା ପରେ ମାର୍କସ ଷ୍ଟୋଇନିସ୍‌ଙ୍କ ଶିକାର ହୋଇ ଫେରିଥିଲେ। ସୂର୍ଯ୍ୟଙ୍କୁ ଚହଲ ଆଉଟ୍ କରି ପୂର୍ବ ଓଭର ଛକାର ପ୍ରତିଶୋଧ ନେଇଯାଇଥିଲେ। ଜନି ବେୟାରଷ୍ଟୋ (୨୪ ବଲ୍‌ରୁ ୩୮ ରନ୍) ମଧ୍ୟ ଆଉ ଏକ ଭଲ ପାଳି ଖେଳିଥିଲେ। ସୂର୍ଯ୍ୟ ଓ ତିଳକ ସମାନ ୪୪ ରନ୍ କରିବା ସହ ୭୨ ରନ୍ ଭାଗୀଦାରି ଗଢ଼ିବା ପରେ ମୁମ୍ବାଇ ୨୦୦ ରନ୍ ଟପିଥିଲା।

Advertisment
Mumbai Indians IPL Shreyas Iyer Punjab Kings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ