• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶ୍ୱକପରେ ଭାରତ ଫାଇନାଲରେ ପ୍ରବେଶ କରିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଫାଇନାଲ୍ ପାଇଁ ବେଷ୍ଟ ୱିସେସ୍ ମଧ୍ୟ ଜଣାଇଛନ୍ତି । ଖେଳାଳିଙ୍କ ମଧ୍ୟରେ ମହମ୍ମଦ ସାମି ଓ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି ମୋଦି

ସେହିପରି ରାଜ୍ୟପାଳ ରଘୁବର ଦାସ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ମହମ୍ମଦ ସାମି ଓ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହି ସ୍ମରଣୀୟ ବିଜୟ ପରେ ସାରା ଦେଶରେ ଦେଖା ଦେଇଥିଲା ସେଲିବ୍ରେସନର ମାହୋଲ । ବାଣ ଫୁଟାଇ କ୍ରିକେଟ ପ୍ରେମୀମାନେ ସେଲିବ୍ରେସନ କରିଥିଲେ । ଭାରତର ସେମିଫାଇନାଲ ବିଜୟ ପରେ ଦେଖିବାକୁ ମିଳିଥିଲା ଆଉ ଏକ ଦୀପାବଳି । ବାଣ ଫୁଟାଇ ନାଚି ଗାଇ ସେଲିବ୍ରେସନ କରିଥିଲେ କ୍ରିକେଟପ୍ରେମୀ ।

ଅନ୍ୟପଟେ ରାଜ୍ୟର ମଧ୍ୟ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ଦେଖିବାକୁ ମିଳିଥିଲା । କ୍ରିକେଟ ପ୍ରେମୀମାନେ ବାଣ ଫୁଟାଇ ଜୋରଦାର ସେଲିବ୍ରେସନ କରିଥିଲେ ।