• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ବିଶ୍ୱକପ ଫାଇନାଲ ମ୍ୟାଚ । ଦିନ ଦୁଇଟାରୁ ଆରମ୍ଭ ହୋଇଯିବ ବିଶ୍ୱ ବିଜେତା ବନିବାର ଅଭିଯାନ । ୨୦୦୩ ର ବଦଲା ନେବା ଲକ୍ଷ୍ୟରେ ଭାରତ । ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ତକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଅଷ୍ରେଲିଆ ।

ଆଜି ଉଭୟ ଦଳ ପାଇଁ ମହାମଞ୍ଚ ପ୍ରସ୍ତୁତ । ଯିଏ ଜିତିବ ସେ ହେବ ବିଶ୍ୱ ବିଜେତା । ମୋଟ ଉପରେ କହିବାକୁ ଗଲେ ଭାରତ ଜବରଦସ୍ତ ଫର୍ମରେ ଥିବା ବେଳେ ଲଗାତାର ୮ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆର ଆତ୍ମ ବିଶ୍ୱାସ ମଧ୍ୟ ଉଚ୍ଚା ରହିଛି । ଭାରତ ୪ଥର ଫାଇନାଲକୁ ଯାଇଥିବା ବେଳେ ଅଷ୍ଚ୍ରେଲିଆ ୮ ଥର ଫାଇନାଲରେ ପ୍ରବେଶ କରିଛି ।

ବିଶ୍ୱକପର ଆୟୋଜନ ପାଇଁ ଅହମଦାବାଦରେ ଆୟୋଜନ ମଧ୍ୟ ଶେଷ ହୋଇଛି । ନାହିଁ ନଥିବା ଭିଡ଼କୁ ଲକ୍ଷ୍ୟ ରଖି ପୋଲିସ ଫୋର୍ସର ମୁତୟନ କରା ଯାଇଛି । ବିଶ୍ୱକପ୍‌ ପାଇଁ ଅହମ୍ମଦାବାଦରେ ଟ୍ରାଫିକ କଟକଣା ମଧ୍ୟ ରଖା ଯାଇଛି । ପ୍ରଶାସନ ପକ୍ଷରୁ ୨୩ଟି ପାର୍କିଂ ପ୍ଳଟର ବ୍ୟବସ୍ଥା କରା ଯାଇଛି । ୨୩ଟି ପାର୍କିଂ ପ୍ଲଟରୁ ୬ଟି ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ରଖା ଯାଇଛି ।

ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦେଢ଼ ହଜାର ପୋଲିସ ମୁତୟନ ହୋଇଛନ୍ତି । ଆଜି ସକାଳୁ ନରେନ୍ଦ୍ର ମୋଦି ଷ୍ଟାଡିଅମ ବାହାରେ ଦର୍ଶକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଭାରତ-ଅଷ୍ଟ୍ରେଲିଆ ଗ୍ରାଣ୍ଡଫିନାଲେ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି । ଭାରତୀୟ ଟିମର ଜର୍ସି ପିନ୍ଧି ତ୍ରିରଙ୍ଗା ଧରି ପହଞ୍ଚିଛନ୍ତି ଷ୍ଟାଡିୟମର ପହଞ୍ଚି ଯାଇଛନ୍ତି ଦର୍ଶକ ।

ଅନ୍ୟପଟେ ବିଶ୍ୱ ଚାମ୍ପିୟନ ଦଳକୁ୩୩.୩୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ମିଳିବ । ରନର୍ସ ଅପ ଦଳକୁ୧୬.୬୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ସେମି ଫାଇନାଲରେ ପରାସ୍ତ ହୋଇତିବା ନ୍ୟୁଜିଲାଣ୍ତ ଓ ଦକ୍ଷିଣ ଆଫ୍ରିକାକୁ୬.୬୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ବିଶ୍ୱକପ ଲିଗ ପର୍ଯାୟରୁ ବାଦ ପଡ଼ିଥିବା ପ୍ରତ୍ୟେକ ଦଳକୁ୮୩.୮୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଲିଗ ପର୍ଯ୍ୟାୟରେ ମୋଟ ୪୫ ଟି ମ୍ୟାଚ ଖେଳା ଯାଇଥିଲା ।

ସେହିପରି ବିଶ୍ୱକପ ପାଇଁ ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରା ଯାଉଛି । ବିମାନ ଭଡ଼ା ୪୦ ହଜାର ପାର କରିଥିବାରୁ ରେଳ ଭଡ଼ା ଅପେକ୍ଷାକୃତ କମ ରହିଛି । ସ୍ୱତନ୍ତ୍ର ଟ୍ରେନ ଚାଲୁଥିବାରୁ ଦର୍ଶକଙ୍କୁ ଆଉ ହୋଟେଲ ବୁକ କରିବାକୁ ପଡ଼ିବ ନାହିଁ । ରାଜଧାନୀ ଦିଲ୍ଲୀରୁ ଗୋଟିଏ ଟ୍ରେନ ଅହମଦାବାଦକୁ ଚାଲୁଥିବା ବେଳେ ମୁମ୍ବାଇରୁ ୩ ଟି ଚାଲୁଛି । ମ୍ୟାଚ ଆରମ୍ଭର ଅଳ୍ପ ସମୟ ପୂର୍ବରୁ ଟ୍ରେନ ପହଞ୍ଚିବ ଏବଂ ରାତି ୨.୩୦ ରେ ଅହମ୍ମଦାବାଦରୁ ଛାଡ଼ିବ । ଏଣୁ ଦର୍ଶକଙ୍କୁ କୌଣସି ହୋଟେଲ ରୁମ ବୁକ କରିବାକୁ ପଡ଼ିବ ନାହିଁ ।