• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତି ଫାଇନାଲ୍‌ରେ ଭିନେଶ ଫୋଗଟ । ୫୦ କେଜି ଫ୍ରିଷ୍ଟାଇଲ୍‌ରେ ଫାଇନାଲକୁ ଉନ୍ନୀତ ହେଲେ ଫୋଗଟ୍‌ । ଭାରତ ପାଇଁ ପ୍ୟାରିସ୍‌ରେ ପଦକ ନିଶ୍ଚିତ କଲେ ଫୋଗଟ । ଫାଇନାଲ ଜିତିଲେ ସ୍ୱର୍ଣ୍ଣ, ହାରିଲେ ପାଇବେ ରୌପ୍ୟ ପଦକ ।  ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ମାତ୍ ଦେଇଛନ୍ତି।  ଏଥିସହ ସ୍ୱର୍ଣ୍ଣ ପଦକ ବିଜୟ ଠାରୁ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି ଭିନେଶ ।

ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ବିପକ୍ଷ ପ୍ରତିଯୋଗୀଙ୍କୁ ଚାପରେ ରଖିଥିଲେ ଭିନେଶ। ଆଟାକିଂ ଜାରି ରଖିଥିଲେ। ଫାଷ୍ଟ ହାପ୍‌ରେ ୧-୦ରେ ଆଗୁଆ ଥିବା ଭିନେଶ ସେକେଣ୍ଡ ହାପ୍‌ରେ ଆଉ ୪ ପଏଣ୍ଟ ପାଇ ୫-୦ରେ ଜିତିଛନ୍ତି। ଏହା ପୂର୍ବରୁ କ୍ବାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭିଚଙ୍କୁ ୭-୪ ପଏଣ୍ଟରେ ମାତ୍

ଦେଇଥିଲେ। ସେହିପରି ପ୍ରି-କ୍ବାଟର ଫାଇନାଲରେ ବିଶ୍ବର ୧ ନମ୍ବର ଖେଳାଳି ଜାପାନର ଯୁଇ ସୁସାକିଙ୍କୁ ୩-୨ ପଏଣ୍ଟରେ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ଭିନେଶ। 

ଜାପାନର ଡିଫେଣ୍ଡିଂ ଚାମ୍ପିୟନ ୟୁଇ ସୁସାକି ଓ ୟୁକ୍ରେନ ପ୍ରତିନ୍ଦ୍ୱନ୍ଦ୍ୱୀ ଓକସାନା ଲିଭାଚଙ୍କୁ ହରାଇ ସେମିରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ୨୯ ବର୍ଷିୀୟା ଷ୍ଟାର କୁସ୍ତିଯୋଦ୍ଧା ଭିନେଶ, ୟୁରୋପିଅନ ଚାମ୍ପିୟନସିପ ବିଜେତା ଓ ୨୦୧୮ ୱାର୍ଲ୍ଡ ଚାମ୍ପିୟନସିପରେ ବ୍ରୋଞ୍ଜ ବିଜେତା ଲିଭାଚଙ୍କୁ ହରାଇଛନ୍ତି । ତେବେ କ୍ୱାର୍ଟରଫାଇନାଲ ପୂର୍ବରୁ ଭିନେଶ ଚଳିତ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରେ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଥିଲେ । ଅବିଶ୍ୱସନୀୟ ପ୍ରଦର୍ଶନ ସହ ୪ ଥରର ୱାର୍ଲ୍ଡ ଚାମ୍ପିୟନ୍ ତଥା ବର୍ତ୍ତମାନର ଗୋଲ୍ଡ ମେଡାଲିଷ୍ଟ ଥିବା ଜାପାନର ୟୁଇ ସୁସାକିଙ୍କୁ ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡରେ ହରାଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now