Advertisment

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର

ଭାରତ ପାଇଁ ମନୁ ଆଣିଲେ ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ସୁଟିଂ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ।

author-image
Satyendu Shekher Mishra
Paris Olympics

Paris Olympics

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ସୁଟର ମନୁ ଭାକର। ଭାରତ ପାଇଁ ଆଜି ମନୁ ଆଣିଛନ୍ତି ଦ୍ୱିତୀୟ ପଦକ। ୧୦ ମିଟର ଏୟାର ପିସ୍ତଲ ସୁଟିଂର ମିକ୍ସଡ ଇଭେଣ୍ଟରେ ଜିତିଛନ୍ତି ବ୍ରୋଞ୍ଜ ପଦକ। ପାର୍ଟନର ସରବଜୋତ୍ ସିଂହଙ୍କ ସହ ମିଶି ଦେଶ ପାଇଁ ଅଲିମ୍ପିକ୍ସରେ ଆଣିଛନ୍ତି ଏହି ସଫଳତା। କୋରିଆ ସୁଟରଙ୍କୁ ହରାଇଛନ୍ତି ମନୁ-ସରବଜୋତ୍ ଯୋଡ଼ି। ଏଥିସହ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବାରେ ରେକର୍ଡ କରିଛନ୍ତି ମନୁ ଭାକର।

Advertisment

ଏହା ପୂର୍ବରୁ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତି ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ। ସେହିପରି ସରବଜୋତ ସିଂହ ମଧ୍ୟ ବ୍ୟକ୍ତିଗତ ରେକର୍ଡ କରିଛନ୍ତି।.. ସେପଟେ ପୁରୁଷ ହକିରେ ଦମଦାର ବିଜୟଲାଭ କରିଛି ଭାରତ। ଅଧିନାୟକ ହରମନପ୍ରୀତଙ୍କ ଡବଲ୍ ଗୋଲ୍ ବଳରେ ଆୟର୍ଲାଣ୍ଡକୁ ୨-୦ ଗୋଲରେ ମାତ୍ ଦେଇଛି ଭାରତ। ୨ଟି ବିଜୟ ଓ ଗୋଟିଏ ଡ୍ରରୁ ୭ ପଏଣ୍ଟ ସହ ଭାରତ ପୁଲ୍ ବି'ର ଶୀର୍ଷରେ ରହିଛି।

ସେହିପରି ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ଭାରତ କ୍ବାର୍ଟରରେ ପହଁଚିଛି। ଭାରତୀୟ ଯୋଡି ସାତ୍ତ୍ବିକ ସାଇରାଜ ଓ ଚିରାଗ ଶେଟ୍ଟୀ ଇଣ୍ଡୋନେସିଆ ପ୍ରତିଯୋଗୀଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୩ ସେଟରେ ମାତ୍ ଦେଇଛନ୍ତି।

Advertisment

Advertisment
Advertisment