• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ପ୍ରଥମ ମେଡାଲକୁ ନେଇ ସାରା ଦେଶରେ ଉତ୍ସାହ । ୧୧୭ ଜଣିଆ ଭାରତୀୟ ଅଲମ୍ପିକ ଟିମ ପାଇଁ ଏହା ପ୍ରଥମ ମେଡାଲ । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ବ୍ରୋଞ୍ଜ୍ ମେଡାଲ ଜିତିଛନ୍ତି ମନୁ ଭାକର । 

ଐତିହାସିକ ପ୍ରଦର୍ଶନ ସହିତ ମନୁ ଭାକର, ପ୍ରଥମ ମହିଳା ସୁଟର ଭାବେ ମେଡାଲ ଜିତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ଅବସରରେ ମନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟ  X ରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ଐତିହାସିକ ମେଡାଲ୍, ପ୍ୟାରିସ ଅଲମ୍ପିକ୍ସରେ ପ୍ରଥମ ମେଡାଲ ଜିତିଥିବାରୁ ଅଭିନନ୍ଦନ । ବ୍ରୋଞ୍ଜ୍ ମେଡାଲ ପାଇଁ ଶୁଭେଚ୍ଛା । ସୁଟିଂରେ ଭାରତ ପାଇଁ ପ୍ରଥମ ମହିଳା ଭାବେ ଅଲିମ୍ପିକ ମେଡାଲ ଜିତିଥିବାରୁ ଏହି ସଫଳତା ଅଧିକ ସ୍ୱତନ୍ତ୍ର ।" 

 

ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ମନୁ ଭାକରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଲିମ୍ପିକ୍ସରେ ସିଙ୍ଗଲ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ଆଥଲେଟ୍ ଭାବେ ମେଡାଲ ଜିତିଥିବା ଅଭିନବ ବିନ୍ଦ୍ରା ମଧ୍ୟ ମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିନ୍ଦ୍ରା ଲେଖିଛନ୍ତି, "ପ୍ୟାରିସ ୨୦୨୪ରେ ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିଥିବାରୁ ଅନେକ ଶୁଭେଚ୍ଛା । ଏହା ହେଉଛି ତୁମର ନିରନ୍ତର ଏକାଗ୍ରତା, କଠିନ ପରିଶ୍ରମର ଫଳ ।"  କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଡ. ମନସୁଖ ମାଣ୍ଡବିୟ ମଧ୍ୟ ମନୁ ଭାକରଙ୍କୁ ଅଲମ୍ପିକ୍ ମେଡାଲ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

 

ମନୁ ଭାକର ୨୨୧.୭ ସ୍କୋର ସହ ପଞ୍ଚମ ଭାରତୀୟ ସୁଟର ଭାବେ ଅଲମ୍ପିକ୍ ମେଡାଲ ଜିତିବାର ଗୌରବ ଅର୍ଜନ କରିଛନ୍ତି । ୨୦୦୪ରେ ଆରଭିଏସ୍ ରାଠୋର, ୨୦୦୮ରେ ଅଭିନବ ବିନ୍ଦ୍ରା, ୨୦୧୨ରେ ଗଗନ ନାରଙ୍ଗ ଓ ୨୦୧୬ରେ ବିଜୟ କୁମାର ମେଡାଲ ବିଜେତା ରହିଛନ୍ତି । ଫଳରେ ଗୋଟିଏ ଗୋଲ୍ଡ, ଦୁଇଟି ସିଲଭର ଓ ଗୋଟିଏ ବ୍ରୋଞ୍ଜ୍ ମେଡାଲ ସହ ସୁଟିଂରେ ଭାରତର ମେଡାଲ ସଂଖ୍ୟା ୫କୁ ବୃଦ୍ଧି ପାଇଛି । 

 

OTV is now on Whatsapp

Join and get latest news update delivered to you via whatsapp

Join Now