• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ୍‌ର ଭେନ୍ୟୁକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମାଧାନର ବାଟ ବାହାର କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ । ପାକିସ୍ତାନରେ ଏସିଆ କପ୍‌ ଖେଳାଯିବାକୁ ନେଇ BCCI ନାରାଜ୍‌ ଥିବା ବେଳେ ଭାରତର ମ୍ୟାଚ୍‌ ଗୁଡ଼ିକ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି ପିସିବି ସୂଚନା ଦେଇଛି । ତେବେ ଏସିଆ କପ୍‌ ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନାହିଁ ।

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ । ଟିମ୍‌ ଇଣ୍ତିଆର ମ୍ୟାଚ୍‌ ଗୁଡ଼ିକ ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ତରେ ଖେଳାଯାଇପାରେ । ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାରୁ ସେତେବେଳେ ୟୁଏଇରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଥାଏ । ତେବେ ମ୍ୟାଚ୍‌ ଇଂଲଣ୍ତରେ ଖେଳାଯିବାର ସମ୍ଭାବନା ରହିଛି । ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ଟି ମ୍ୟାଚ୍‌ ଆୟୋଜନ ହେବ ।

ଏସିଆ କପ୍‌ରେ ମୋଟ୍‌ ୬ଟି ଟିମ୍‌ ଭାଗ ନେବେ । ସବୁ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି । ସମସ୍ତ ୬ ଦଳକୁ ନେଇ ୧୩ ଦିନରେ ୧୩ ମ୍ୟାଚ୍‌ ଖେଳାଯିବ । ପୂର୍ବ ନିୟମ ଅନୁଯାୟୀ, ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର ୪ ତଥା ସେମିଫାଇନାଲ୍‌କୁ ଉନ୍ନୀତ ହେବେ ।

 

ଭାରତ-ପାକିସ୍ତାନ ଉଭୟ ଗୋଟିଏ ଗ୍ରୁପ୍‌ରେ ରହିଥିବା ବେଳେ ରୋମାଞ୍ଚକ ମ୍ୟାଚ୍‌ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ରହିଛନ୍ତି । ଏହି ବର୍ଷ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି ।