Advertisment

India Vs Pakistan: ପାକ୍‌ ଖେଳାଳିଙ୍କ ଆତଙ୍କୀ ଆଚରଣ, ବନ୍ଧୁକ ଭଳି ଚଳାଇଲେ...

ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କ ଆତଙ୍କୀଙ୍କ ଭଳି ଆଚରଣ। ବିବାଦୀୟ ଗନ୍ ସେଲିବ୍ରେସନ୍ କଲେ ସାହିବଜାଦା ଫରହାନ୍।

author-image
Madhupriya Mistry
India Vs Pakistan Match

India Vs Pakistan Match

ସାରା ବିଶ୍ୱରେ ଆତଙ୍କିସ୍ତାନ ଭାବେ ଜଣାଶୁଣା ପାକିସ୍ତାନ। ହେଲେ ଏବେ କ୍ରିକେଟ ପଡିଆରେ ବି ପାକ୍‌ ଖେଳାଳିଙ୍କଠାରୁ ଦେଖିବାକୁ ମିଳିଛି ଏଭଳି ଆଚରଣ। ଏସିଆ କପରେ ଭାରତ ବିପକ୍ଷ ସୁପର୍ ଫୋର୍ ମ୍ୟାଚରେ ପାକିସ୍ତାନୀ ଖେଳାଳି ଦେଖି ଲାଗୁଥିଲା ସେମାନେ ଯେଭଳି କ୍ରିକେଟ ଖେଳିବାକୁ ଆସି ନ ଥିଲେ। ସେମାନେ ଆସିଥିଲେ ଯୁଦ୍ଧ ଲଢିବାକୁ।

Advertisment

ପ୍ରତିଟି ମୁହୂର୍ତ୍ତରେ ସେମାନେ ଆତଙ୍କୀଙ୍କ ଭଳି ଆଚରଣ ଦେଖାଉଥିଲେ। ହାଫ ସେଞ୍ଚୁରୀ ଜମାଇବା ପରେ ବ୍ୟାଟକୁ ବନ୍ଧୁକ ଭଳି ଦେଖାଇ ଥିଲେ ପାକିସ୍ତାନର ଓପନର ସାହିବଜାଦା ଫରହାନ୍। ଅକ୍ଷର ପଟେଲଙ୍କ ଏକ ବଲକୁ ଛକା ମାରି ଅର୍ଦ୍ଧଶତକ କରିଥିଲେ ଫରହାନ୍। ଏହା ପରେ ବ୍ୟାଟକୁ ବନ୍ଧୁକ ଭଳି ଧରିଥିଲେ ଓ ଗୁଳି ଚଳାଇଲା ଭଳି ପ୍ରଦର୍ଶନ କରିଥିଲେ।

ତାଙ୍କର ଏଭଳି ଗନ୍ ସେଲିବ୍ରେସନ୍ ଦେଖି ଲାଗୁଥିଲା ସେ ଯେମିତି କ୍ରିକେଟ ପଡିଆ ନୁହଁ ଯୁଦ୍ଧ ଭୂମିରେ ଥାଇ ଲଢୁଛନ୍ତି। ସେଭଳି ପେସ୍ ବୋଲର ହାରିସ୍ ରୌଫ୍ ତ ପଡିଆ ଭିତରେ ଖେଳୁ ନ ଥିଲେ, ସେ ଲଢିବାକୁ ଆସିଥିଲେ। ବାଉଣ୍ଡରି ନିକଟରେ ଥିବା ବେଳେ ନାନା ପ୍ରକାର ଇଙ୍ଗିତ କରୁଥିଲେ।

Advertisment

ଆଉ ବୋଲିଂ କରିବା ସମୟରେ ସେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ ସହ ତୁ ତୁ ମେ ମେ ବି ହୋଇଥିଲେ। ପାକିସ୍ତାନ ଖେଳାଳିଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଉଛି । ଏ ସବୁ ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ନାପସନ୍ଦ କରିଛନ୍ତି କ୍ରିକେଟ ପ୍ରେମୀ। ଲିଗ୍ ମ୍ୟାଚ ଭଳି ସୁପର ଫୋର୍ ମ୍ୟାଚରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ ଭାରତୀୟ କ୍ରିକେଟର।

India Vs Pakistan
Advertisment
Advertisment