କୋହଲିଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ମହିଳା, ଖେଳ ବେଳେ ବେକରେ ପକାଇଲେ ବିରାଟ ଲକେଟ୍

ପୂରା ବିଶ୍ୱରେ ବିରାଟ କୋହଲିଙ୍କୁ କିଏ ବା ନଜାଣେ । ସବୁଆଡ଼େ ତାଙ୍କର ଅସଂଖ୍ୟ ପ୍ରଶଂସକ । ବିଶ୍ୱ ତାଙ୍କୁ କିଙ୍ଗ୍ କୁହେ, କ୍ରିକେଟ୍‌ର କିଙ୍ଗ୍ । ନିଜ ଖେଳ ପାଇଁ ତାଙ୍କର ଅଧ୍ୟବସାୟ, ତାଙ୍କୁ ଏପରି ଗଢ଼ି ତୋଳିଛି ।

Virat Kohli

ପୂରା ବିଶ୍ୱରେ ବିରାଟ କୋହଲିଙ୍କୁ କିଏ ବା ନଜାଣେ । ସବୁଆଡ଼େ ତାଙ୍କର ଅସଂଖ୍ୟ ପ୍ରଶଂସକ । ବିଶ୍ୱ ତାଙ୍କୁ କିଙ୍ଗ୍ କୁହେ, କ୍ରିକେଟ୍‌ର କିଙ୍ଗ୍ । ନିଜ ଖେଳ ପାଇଁ ତାଙ୍କର ଅଧ୍ୟବସାୟ, ତାଙ୍କୁ ଏପରି ଗଢ଼ି ତୋଳିଛି । ପୂରା ବିଶ୍ୱ ଯାହାକୁ ସଲାମ୍ କରେ ପାକିସ୍ତାନ ବା ବାଦ୍ ପଡ଼ି ଥାଆନ୍ତା କିପରି ।

ଗତକାଲି ନ୍ୟୁୟର୍କ ସହରରେ ଭାରତ ପାକିସ୍ତାନ ମ୍ୟାଚ ଚାଲିଥିଲା । ଅତି ଚିତାକର୍ଷକ ଭାବେ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା । ପାକିସ୍ତାନ ମୁହଁରୁ ବିଜୟ ଛଡ଼େଇ ଆଣିଥିଲା ଭାରତ । ତେବେ ଷ୍ଟାଡ଼ିୟମରେ ଜଣେ ପାକିସ୍ତାନୀ ମହିଳା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଅଧିକ ପଢ଼ନ୍ତୁ: ବିରାଟ ଫ୍ୟାନ୍‌ଙ୍କ ପାଇଁ ମାଗଣା ଖାଦ୍ୟ; କିଙ୍ଗ୍‌ଙ୍କୁ ଦେଖିବା ପାଇଁ କଲେ ୧୫୬୮ କିମି ଯାତ୍ରା...

ମହିଳା ଜଣକ ପାକିସ୍ତାନର ପ୍ରଶଂସକ । ଗତବର୍ଷ ଏସିଆ କପ୍ ବେଳେ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜଣେ ପାକିସ୍ତାନୀ ମହିଳା ନିଜ ବେକରେ ବିରାଟ କୋହଲିଙ୍କ ଲକେଟ୍ ପକାଇବାର ନଜର ଆସିଥିଲେ । ଯାହା ଗତକାଲି ଭାରତ ପାକିସ୍ତାନ ମ୍ୟାଚ୍‌ରେ ଭାଇରାଲ ହୋଇଛି ।

ଏସିଆ କପ ମ୍ୟାଚ୍‌ରେ ସେ ବିରାଟ କୋହଲିଙ୍କ ଶତକ ଦେଖିବାକୁ ଆଶା କରି ଆସିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ଆଶା, ଆଶାରେ ହିଁ ରହିଯାଇଥିଲା । ବର୍ଷା ଯୋଗୁଁ ଉକ୍ତ ମ୍ୟାଚ୍ ବାତିଲ କରାଯାଇଥିଲା । ତେବେ ଏହି ଉକ୍ତ ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି, ପତ୍ନୀ ହେବା ପାଇଁ ସେ ଯୋଗ୍ୟ । ଅନ୍ୟଜଣେ ଲେଖିଛନ୍ତି, କୋହଲି ଜଣେ ଗ୍ଲୋବାଲ୍ ଆଇକନ୍ ।

ମହିଳା ଜଣକ ହେଲେ ଫିଜା ଖାନ୍ ଏବଂ ସେ ଆବୁଧାବିର ଏକ ମଲ୍‌ରେ କାମ କରୁଥିବା ଜଣା ପଡ଼ିଛି । ଜଣେ ପାକିସ୍ତାନୀ ହେବା ସତ୍ତ୍ୱେ ସେ ନିଜର ପ୍ରତ୍ୟେକ ପୋଷ୍ଟରେ ବିରାଟ କୋହଲିଙ୍କ ପାଇଁ ଗୁଣଗାନ କରିଥାଆନ୍ତି । ବିରାଟ ତାଙ୍କ ପାଇଁ ଜଣେ ରୋଲ୍ ମଡେଲ୍ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମହିଳାଙ୍କ ଅଜବ କାରନାମା; ଶୁଭମାନଙ୍କୁ ଡେଲିଭରି କରିବାକୁ କଲେ ଅନୁରୋଧ...