Advertisment

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି।

ଅଦ୍ୟତନ ହୋଇଛି
India women's archery teams

India women's archery teams

Advertisment

ପ୍ୟାରିସ ଅଲିମ୍ପିକ୍ସରେ ତୀରଚାଳନାରେ ଭାରତକୁ ମିଳିଛି ସଫଳତା। ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି। ବ୍ୟକ୍ତିଗତ ଭାବେ ସମସ୍ତେ ଶ୍ରେଷ୍ଠ ୩୨ ସ୍ଥାନରେ ରହିଥିଲେ। 

Advertisment

ଅଙ୍କିତା ଭକତ ୬୬୬ ପଏଣ୍ଟ ସହ ଏକାଦଶ ସ୍ଥାନରେ ରହିଥିଲେ। ପ୍ରଥମ ଥର ଅଲିମ୍ପିକ୍ସ ପଦାର୍ପଣ କରିଥିବା ଭଜନ କୌର ୬୫୯ ପଏଣ୍ଟ  ସହ ୨୨ତମ ସ୍ଥାନ ଅଧିକାର କରିଥିଲେ। ତେବେ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ଦୀପିକା କୁମାରୀ ୬୫୮ ପଏଣ୍ଟ ସହ ୨୩ତମ ସ୍ଥାନରେ ରହିଥିଲେ। ମିଳିତ ହୋଇ ଦଳଗତ ଭାବେ ୧୯୮୩ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା ଭାରତୀୟ ଟିମ୍। ତେଣୁ ଏହି ରାଙ୍କିଙ୍ଗ ଆଧାରରେ ସିଧାସଳଖ କ୍ବାର୍ଟରରେ ସ୍ଥାନ ପକ୍କା କରିଛନ୍ତି ମହିଳା ତୀରନ୍ଦାଜ।

ଅଧିକ ପଢ଼ନ୍ତୁ: ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍; ଭାଗନେବେ ୧୦ ହଜାରରୁ ଅଧିକ ଆଥଲେଟ୍‌..

Advertisment

କୋରିଆ ୨୦୪୬ ପଏଣ୍ଟ ସହ ନୂଆ ଅଲିମ୍ପିକ୍ସ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ଚାଇନା ଦ୍ୱିତୀୟ ଓ ମେକ୍ସିକୋ ତୃତୀୟ ସ୍ଥାନରେ ରହିଛି।

ସେପଟେ ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍। ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍। 

Advertisment

ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ।

Olympic Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ