/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664040311.jpg)
Barabati Stadium
ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଜାରି ରହିଛି ଟିକେଟ ବିକ୍ରି । ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ବିକ୍ରି ହେବ ସମସ୍ତ ଟିକେଟ ।
Advertisment
ଗ୍ୟାଲେରୀ ପାଇଁ ଟିକେଟ ଦର ୩୫୦ ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ ୧୨ ଶହ ଓ କର୍ପୋରେଟ ବକ୍ସ ପାଇଁ ୪,୫୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଯଦିଓ ଟିକଟ୍ କାଉଣ୍ଟରରେ ସେତେ ଭିଡ ପରିଲକ୍ଷିତ ହେଉନାହିଁ । କିନ୍ତୁ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ମ୍ୟାଚ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆନ୍ତର୍ଜାତୀୟ ମ୍ୟାଚରେ ଯେଭଳି ସୁରକ୍ଷା ଯୋଗାଇ ଦିଆଯାଏ, ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)