/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735924568.jpg)
ଖୋ ଖୋର ପ୍ରାୟୋଜକ ହେବ ଓଡ଼ିଶା
ହକି ଭଳି ଏଥର ‘ଖୋ ଖୋ’ ଖେଳର ପ୍ରାୟୋଜକ ରହିବ ଓଡ଼ିଶା । ଦେଶର ଏହି ଖେଳକୁ ଏବଂ ଖେଳାଳୀଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଓଡ଼ିଶା ‘ଖୋ ଖୋ’ର ପ୍ରାୟୋଜକ ରହିବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆସନ୍ତା ୩ ବର୍ଷ ପାଇଁ ସ୍ପନସର କରିବେ ।
‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର…
— I & PR Department, Odisha (@IPR_Odisha) January 3, 2025
ତେବେ ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରିବ ଓଡ଼ିଶା ଖଣି ନିଗମ । ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡ଼ିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)