/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703927746.jpg)
Roller skating
ମାଷ୍ଟର ଏ ଆର୍ ଦେବାଂଶ ତାମିଲନାଡୁର ଚେନ୍ନାଇ ଠାରେ ଡିସେମ୍ବର ୧୫ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ୬୧ତମ ଜାତୀୟ ରୋଲର୍ ସ୍କେଟିଙ୍ଗ୍ ଚାମ୍ପିୟନସିପ୍ରେ କାଂସ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।
Advertisment
ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ର ୮ମ ଶ୍ରେଣୀର ଛାତ୍ର ଏ.ଆର୍ ଦେବାଂଶ ଭାରତର ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥିବା ୧୫୦୦ ସ୍କେଟରଙ୍କ ମଧ୍ୟରେ ୧୪ ବର୍ଷରୁ କମ୍ ବର୍ଗର ୫୦୦୦ ମିଟର ରିଙ୍କ ଏଲିମିନେସନ୍ ରେସ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି କାଂସ୍ୟ ପଦକ ହାସଲ କରିଛନ୍ତି ।
ଜାତୀୟ ରୋଲର ସ୍ପିଡ୍ ସ୍କେଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଓଡ଼ିଆ । ଏଥିପାଇଁ ସେ ନିଜ ସ୍କେଟିଙ୍ଗ ଏକାଡେମୀ ଦି ଉତ୍କଳ ୟୁନିକର୍ଣ୍ଣ ରୋଲର ସ୍ପୋର୍ଟ୍ସ ଏକାଡେମୀର ପ୍ରଶିକ୍ଷକ ଓ ଏଭିସ୍ ଫିଟନେସ ମୁଖ୍ୟ ପ୍ରଶିକ୍ଷକ ଅଭିନାସ ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)