jyothi
ଭାରତର ଜ୍ୟୋତି ୟାରାଜୀ ଏସିଆନ ରେକର୍ଡ ସହିତ ଏସିଆନ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଜ୍ୟୋତି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଚଳିତ ସଂସ୍କରଣର ଏସିଆନ ଗେମ୍ସରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। ଗୁରୁବାର ଷ୍ଟିପଲଚେଜର ୩୦୦୦ ମିଟର ଇଭେଣ୍ଟରେ ୩୬ ବର୍ଷର ରେକର୍ଡ ଭାଙ୍ଗିବା ସହିତ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ ଭାରତର ଅବିନାଶ ସାବଲେ। ଅବିନାଶ ୮:୨୦.୯୨ ସେକେଣ୍ଡର ଟାଇମିଂ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଶେଷ ଥର ୧୯୮୯ ମସିହାରେ ଦୀନା ରାମ ଭାରତ ପାଇଁ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଅଧିକ ପଢ଼ନ୍ତୁ: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB
ଅନ୍ୟ ପକ୍ଷରେ ୧୦୦ ମିଟର ହର୍ଡଲ୍ସରେ ଏସିଆନ ଚାମ୍ପିୟନଶିପ ରେକର୍ଡ ସହିତ ଜ୍ୟୋତି ୟାରାଜୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବିଗତ ସଂସ୍କରଣର ରୌପ୍ୟ ପଦକ ବିଜୟିନୀ ଜ୍ୟୋତି ୧୨.୯୬ ସେକେଣ୍ଡର ଟାଇମିଂ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଜାପାନର ୟୁମି ଟନାକା ଓ ଚାଇନାର ୟୁ ୟାନ୍ନି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟ ଟନାକା ଓ ୟୁ ୧୩.୦୬ ସେକେଣ୍ଡର ଟାଇମିଂ ହାସଲ କରିଥିଲେ।
ବିଶାଖାପାଟଣାରେ ଜନ୍ମିତ ଜ୍ୟୋତି ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିଥାନ୍ତି। ଏପରିକି ଏକାଧିକ ଜାତୀୟ ଟୁର୍ନାମେଣ୍ଟରେ ସେ ଓଡ଼ିଶାର ପ୍ରତିନିଧିତ୍ବ କରି ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ସେ କଳିଙ୍ଗ ଷ୍ଟାଡିୟମରେ ଥିବା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରିଥାନ୍ତି। ଏହାକୁ ମିଶାଇ ଭାରତ ଏସିଆନ ଚାମ୍ପିୟନଶିପର ପଦକ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।
ଭାରତୀୟ ଆଥଲେଟ ମାନେ ସମୁଦାୟ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ ବ୍ରୋଞ୍ଜ ସହିତ ୧୪ ପଦକ ହାସଲ କରିଛନ୍ତି। ଚାଇନା ୧୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ସହିତ ସମୁଦାୟ ୨୧ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jyothi_1748580619.jpg)