Neeraj Chopra
ଅଲିମ୍ପିଆନ ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ। ଦୋହା ଡାଇମଣ୍ଡ ଲିଗରେ ଆଥଲେଟ୍ ନୀରଜ ଚୋପ୍ରା ନୂଆ ରେକର୍ଡ କରିଛନ୍ତି ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋରେ ୯୦ ମିଟର ପାର କରି ଇତିହରସ ରଚିଛନ୍ତି। କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ୯୦ ମିଟର ଦୂରତ୍ବ ଅତିକ୍ରମ କରିବା ସହ ରୌପ୍ୟ ପଦକ ହାସଲ କରି ଏହି ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।
କତାର ସ୍ପୋର୍ଟସ କ୍ଲବରେ ଆୟୋଜିତ ଏହି ପ୍ରତିଯୋଗିତାରେ ତୃତୀୟ ଚେଷ୍ଟାରେ ୯୦.୨୩ ମିଟର ଯାଏଁ ଫିଙ୍ଗିଥିଲେ। ଯାହା ତାଙ୍କ ପାଇଁ ଏକ ନୂଆ ରେକର୍ଡ। ଏଥିସହ ଜାଭେଲିନ୍ ଥ୍ରୋରେ ପ୍ରଥମ ଭାରତୀୟ ଭାବେ ସେ ୯୦ ମିଟର ପାର କରିବାରେ ମଧ୍ୟ ରେକର୍ଡ କରିଛନ୍ତି। ସେ ବିଶ୍ବର ୨୫ତମ ଓ ଏସିଆର ତୃତୀୟ ଜାଭେଲିନ ଫିଙ୍ଗାଳି ଭାବେ ୯୦ ମିଟର ଦୂରତ୍ବକୁ ଛୁଇଁ ରେକର୍ଡ ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା...
ଜର୍ମାନୀର ଜୁଲିଆନ୍ ୱେବର ୯୧.୦୬ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି। ଗ୍ରେନେଡାର ଦୁଇ ଥର ବିଶ୍ବ ଚାମ୍ପିୟନ ପିଟର୍ସ ଆଣ୍ଡରସନ ୮୫.୬୪ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747451092.jpg)