• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତ୍ରିରଙ୍ଗା ତଳେ ପଡ଼ିବାକୁ ଦେଲେନି ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା । ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଉପରକୁ ଗ୍ୟାଲେରିରୁ ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଫିଙ୍ଗିଥିଲେ । କିନ୍ତୁ ତଳେ ପଡିବା ପୂର୍ବରୁ ଏହାକୁ କ୍ୟାଚ୍ କରି ନେଇଥିଲେ ନୀରଜ । ଯାହା ତାଙ୍କର ଦେଶପ୍ରେମର ପରିଚୟ ଦେଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

 

ଭାରତୀୟ ସେନାରେ ସୁବେଦାର ଅଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋୟରରେ ଗତକାଲି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ନୀରଜ ଚୋପ୍ରା । କେବଳ ଏସିଆନ୍‌ ଗେମ୍ସ ନୁହେଁ ବରଂ ଅଲମ୍ପିକ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିଲେ ନୀରଜ । ସେହିପରି ବିଶ୍ୱ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌ ରାଙ୍କ ମଧ୍ୟ ହାସଲ କରିଛନ୍ତି ।

ଜାବେଲିନ୍‌ରେ ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ହାଙ୍ଗଝୌ ଏସିଆନ୍ ଗେମସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ରେକର୍ଡ କରିଛନ୍ତି । ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଛନ୍ତି ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିବା କିଶୋର ଆଜି ଜାଭେଲିନ୍ ଥ୍ରୋ ଇଭେଣ୍ଟ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।