/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726399046.jpg)
Neeraj Chopra
ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ । ନୀରଜଙ୍କ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଅଭ୍ୟାସ ସମୟରେ ହାତରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଓ ପରେ ତାଙ୍କର ଏକ୍ସ-ରେ କରାଯାଇଥିଲା । ଏକ୍ସ-ରେ ରିପୋର୍ଟରେ ବାମ ହାତରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି । ଏନେଇ ନିଜେ ନୀରଜ ସୋସିଆଲ ମିଡିଆ- ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏଥିସହ ସେ କିପରି ଭଙ୍ଗା ହାତରେ ଡାଇମଣ୍ଡ ଲିଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଖୁଲାସା କରିଛନ୍ତି ।
ଆହତ ସତ୍ତ୍ୱେ ଭଙ୍ଗା ହାତରେ ବ୍ରୁସେଲ ଡାଇମଣ୍ଡ ଲିଗ ୨୦୨୪ରେ ଖେଳିଥିଲେ ନୀରଜ। ଯାହାଫଳରେ ତାଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ମାତ୍ର ୦.୦୧ ମିଟର ଦୂରତା ପାଇଁ ଟ୍ରଫି ବିଜୟରୁ ବଞ୍ଚିତ ହୋଇଛନ୍ତି ନୀରଜ । ୨୦୨୨ ଡାଇମଣ୍ଡ ଲିଗରେ ବିଜେତା ରହିଥିଲେ ଷ୍ଟାର ଭାରତୀୟ ଆଥଲେଟ୍ । ମାତ୍ର ଏଥର ୮୭.୮୬ ମିଟର ଥ୍ରୋ ସତ୍ତ୍ୱେ ବିଜେତା ଆଣ୍ଡରସନ ପିଟର୍ସଙ୍କ ପଛରେ ରହିବାକୁ ବାଧ୍ୟ ହୋଇଥିଲେ । ୮୭.୮୭ ମିଟର ଥ୍ରୋ ସହ ବିଜେତା ହୋଇଥିଲେ ପିଟର୍ସ ।
As the 2024 season ends, I look back on everything I’ve learned through the year - about improvement, setbacks, mentality and more.
On Monday, I injured myself in practice and x-rays showed that I had fractured the fourth metacarpal in my left hand. It was another painful… pic.twitter.com/H8nRkUkaNM
— Neeraj Chopra (@Neeraj_chopra1) September 15, 2024
ସୋସିଆଲ ମିଡିଆରେ ଏହି ପ୍ରଦର୍ଶନ ପାଇଁ ଦୁଃଖ ପ୍ରକାଶ କରିବା ସହ ନୀରଜ ଲେଖିଛନ୍ତି, "ଏହା ବର୍ଷର ଶେଷ ପ୍ରତିଯୋଗିତା ଥିଲା । ଟ୍ରାକରେ ସିଜିନ ଶେଷ କରିବାକୁ ଚାହୁଁଥିଲି । ତେବେ ଆଶାନୁଯାୟୀ ପ୍ରଦର୍ଶନ ହୋଇପାରିଲା ନାହିଁ । ବିଦାୟୀ ସିଜନରୁ ଅନେକ କିଛି ଶିକ୍ଷା ମିଳିଛି । ଆସନ୍ତାବର୍ଷ ୨୦୨୫ରେ ସଂପୂର୍ଣ୍ଣ ଫିଟ୍ ହୋଇ କମବ୍ୟାକ କରିବାକୁ ଲକ୍ଷ୍ୟ ରହିଛି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)