• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଜାଭଲିନର ଫାଇନାଲ ରାଉଣ୍ଡରେ ଦୁଇ ଭାରତୀୟ ସ୍ଥାନ ପକ୍କା କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ନିଜର ଫାଷ୍ଟ ଆଟେମ୍ପ୍ଟରେ ୮୮ ଦଶମିକ ୩୯ ମିଟର ଭାଲା ଫୋପାଡି ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ed

ସେହପରି ଭାରତର ରୋହିତ ଯାଦବ ୮୦ ଦଶମିକ୪୨ ମିଟର ଫୋଡାଡି ୧୧ ତମସ୍ଥାନରେ ରହିବା ସହ ଦ୍ୱିତୀୟ ଭାରତୀୟ ଭାବେ ଫାଇନାଲ ଲାଗି କ୍ୱାଲିଫାଏ କରିଛନ୍ତି । ନିରଜ ଚୋପ୍ରା ପ୍ରଥମ ଆଟେମ୍ପଟ୍‌ରେ ୮୮ ଦଶମିକ ୩୯ ମିଟର ଫୋପାଡି ପ୍ରଥମସ୍ଥାନରେ ରହିଛନ୍ତି । ଏହି ଭଭେଣ୍ଟରେ ଗ୍ରେନେଡାର ଆଣ୍ଡରେସନ ପିଟର୍ସ ୮୯ ଦଶମିକ ୯୧ ମିଟର ଫୋପାଡି ପ୍ରଥମସ୍ଥାନରେ ରହିଥନ୍ତି । ୩୨ ଜଣ ଜାଭଲିନ୍ ଖେଳାଳିଙ୍କ ମଧ୍ୟରୁ ଫାଇନାଲରେ ୧୨ ଜଣ କ୍ୱାଲିଫାଏ କରିଛନ୍ତି । ଆସନ୍ତା ରବିବାର ଦିନ ଫାଇନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ ।

ଏହି ପ୍ରତିଯୋଗୀତାରେ ୨୪ ବର୍ଷୀୟ ନିରଜଙ୍କ ସମେତ ୩୪ ବର୍ଷୀୟ ଅନ୍ୟ ଖେଳାଳୀ ମଧ୍ୟ ସାମିଲ ହୋଇଥିଲେ । ସମସ୍ତଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା । ନିରଜଙ୍କୁ ପ୍ରଥମ ଗ୍ରୁପ୍‌ ଓ ରୋହିତଙ୍କ ଗ୍ରୁପ୍‌ରେ ମଧ୍ୟ ରଖାଯାଇଥିଲା । ଯାହା ପରେ ନିରଜ ନିଜ କ୍ୟାରିଅରର ତୃତୀୟ ସର୍ବବୃହତ୍ତ ରେକର୍ଡ କରି ଫାଇନାଲ୍‌ରେ ସ୍ଥାନ ହାସଲ କରିପାରିଛନ୍ତି । ନିରଜ ଓ ରୋହିତଙ୍କ ସମେତ ମୋଟ୍‌ ୧୨ ଜଣ ଖେଳାଳି ଜାଭଲିନ୍ ଥ୍ରୋରେ ସ୍ଥାନ ପାଇଛନ୍ତି । ୟୁରୋପ୍‌ର Czechia ସହରର ଜାକୁବ୍‌ ଭାଦ୍‌ଲେଜ୍‌ ପ୍ରଥମ ଚେଷ୍ଟାରେ ୮୫.୨୩ ମିଟର ପର୍ଯ୍ୟନ୍ତ ଜାଭଲିନର ଫୋଡାଡି ଫାଇନାଲ୍‌ରେ ସ୍ଥାନ ପାଇଛନ୍ତି ।

ଏହି ରାଉଣ୍ଡ ମାଧ୍ୟମରେ ନିରଜ ଚୋପ୍ରା ତାଙ୍କ ଜୀବନରେ ତୃତୀୟ ଥର ପାଇଁ ସର୍ବାଧିକ ରେକର୍ଡ କରିଛନ୍ତି । ଗତ ଜୁନ ମାସ ୧୪ ତାରିଖ ଦିନ ସେ ୮୯ ଦଶମିକ ୩୦ ମିଟର ପର୍ଯ୍ୟନ୍ତ ଜାଭ୍‌ଲିନ୍‌ ଫୋପାଡି ରେକର୍ଡ କରିଥିବାବେଳେ ଜୁନ୍‌ ୩୦ ତାରିଖରେ ଷ୍ଟ୍ରାଇକ୍‌ ହୋମ୍‌ ଷ୍ଟାଡ଼ିଅମ୍‌ ଲିଗ୍‌ ପ୍ରତିଯୋଗୀତାରେ ୮୯.୯୪ ମିଟର ଦୂରତା ପର୍ଯ୍ୟନ୍ତ ଫୋପାଡ଼ି ରେକର୍ଡ କରିଥିଲେ ।

ସେପଟେ ବିଶ୍ୱ ଆଥଲେଟିରକ୍ସ ଚାମ୍ପିଅନସିପ୍‌ର ଟ୍ରିପଲ ଜମ୍ପ ଇଭେଣ୍ଟ ଫାଇନାଲରେ ପ୍ରଥମ ଭାରତୀୟ ଭାବେ ଫାଇନାଲ ଲାଗି କ୍ୱାଲିଫାଏ କରିଛନ୍ତି ଭାରତୀୟ ଜମ୍ପର ଏଲଡୋସ ପଲ୍ ୧୬ ଦଶମିକ ୬୮ମିଟର ଜମ୍ପ କରି ସେ ଗ୍ରୁପ-ର ଷଷ୍ଠ ସ୍ଥାନରେ ରହିଥିବା ବେଳେ ଫାଇନାଲ ଲାଗି ୧୨ ତମ ସ୍ଥାନ ହାସଲ କରିଛନ୍ତି ।

ଓ