Advertisment

୮ ବର୍ଷ ପରେ ପୁଣି ଥରେ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ, ଫାଇନାଲରେ ହାରିଲା ବିଦର୍ଭ

ଏହି ବିଜୟ ସହ ମୁମ୍ବାଇ ରେକର୍ଡ ୪୨ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ପରାଜୟ ସହ ତୃତୀୟ ଥର ପାଇଁ ଟାଇଟଲ୍‌ ଜିତିବାର ସ୍ୱପ୍ନ ବଦର୍ଭ ଭାଙ୍ଗିଯାଇଛି।

ଅଦ୍ୟତନ ହୋଇଛି
Ranji Trophy 2024

Ranji Trophy Final

Advertisment

୮ ବର୍ଷ ପରେ ପୁଣି ଥରେ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ। ଚମତ୍କାର ପ୍ରଦର୍ଶନ କରି ମୁମ୍ବାଇ ୨୦୨୩-୨୪ ରଣଜୀ ଟାଇଟଲ୍‌ ନିଜ ନାମରେ କରିଛି। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ବିଦର୍ଭକୁ ୧୬୯ ରନ୍‌ରେ ପରାସ୍ତ କରିଛି। ୫୩୮ ରନ୍‌ର ଟାର୍ଗେଟକୁ ପିଛା କରି ବିଦର୍ଭ ୩୬୮ ରନ୍‌ରେ ଅଲଆଉଟ ହୋଇଥିଲା। ଏହି ବିଜୟ ସହ ମୁମ୍ବାଇ ରେକର୍ଡ ୪୨ ଥର ପାଇଁ ରଣଜୀ ଟ୍ରଫି ଟାଇଫଲ ଜିତିଛି। ଫାଇନାଲରେ ପରାଜୟ ସହ ତୃତୀୟ ଥର ପାଇଁ ଟାଇଟଲ୍‌ ଜିତିବାର ସ୍ୱପ୍ନ ବଦର୍ଭ ଭାଙ୍ଗିଯାଇଛି।

Advertisment

ଫାଇନାଲ ମ୍ୟାଚ୍‌ରେ ୫୩୮ ରନର ଟାର୍ଗେଟକୁ ପିଛା କରିବା ବେଳେ ବିଦର୍ଭ ଏକ ସମୟରେ ମାତ୍ର ୧୩୩ ରନ୍‌ରେ ଚାରି ୱିକେଟ୍‌ ହରାଇଥିଲେ। ତେବେ ସେଠାରୁ କରୁଣ ନାୟାର ଓ ଅକ୍ଷୟ ୱାଦେକରଙ୍କ ମଧ୍ୟରେ ପଞ୍ଚମ ୱିକେଟ ପାଇଁ ୯୦ ରନ୍‌ ପାର୍ଟନରସିପ୍‌ କରିଥିଲେ। ତେବେ ଯୁବ ଅଲରାଉଣ୍ଡର ମୁଶୀର ଖାନ୍‌ କରୁଣ ନାୟାରଙ୍କ ଆଉଟ୍ କରି ଏହି ପାର୍ଟନରସିପ୍‌କୁ ଭାଙ୍ଗିଥିଲେ। ନାୟାର ଆଉଟ୍‌ ହେବା ପରେ ଅକ୍ଷୟ ୱାଦେକର ଓ ହର୍ଷ ଦୁବେ ଷଷ୍ଠ ୱିକେଟ ପାଇଁ ୧୩୦ ରନ୍‌ର ପାର୍ଟନରସିପ୍‌ କରିଥିଲେ। କିନ୍ତୁ ମୁମ୍ବାଇ ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ ବିଦର୍ଭ ବ୍ୟାଟ୍ସମ୍ୟାନ୍‌। ୩୬୮ ରନ୍‌ କରି ଅଲଆଉଟ ହୋଇଥିଲା ବଦର୍ଭ। ମୁମ୍ବାଇ ପକ୍ଷରୁ ତନୁଷ କୋଟିୟାନ୍‌ ୪ଟି ଓ ମୁଶୀର ଖାନ୍‌ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଅଧିକ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ବିରାଟ କୋହଲି ! ଜାଣନ୍ତୁ ଏହା ପଛର କାରଣ...

Advertisment

ମୁମ୍ବାଇର ୱାଙ୍ଖେଡ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ପ୍ରଥମ ଇନିଂସରେ ମାତ୍ର ୨୨୪ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ମୁମ୍ବାଇ ପାଇଁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୭୫ ରନ୍‌ କରିଥିଲେ। ବିଦର୍ଭ ପକ୍ଷରୁ ୟଶ ଠାକୁର ଓ ହର୍ଷ ଦୁବେ ତିନୋଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ୨୨୪ ରନ୍‌ ଜବାବରେ ବିଦର୍ଭ ପ୍ରଥମ ଇନିଂସରେ ମାତ୍ର ୧୦୫ ରନ୍‌ରେ ଅଲଆଉଟ ହୋଇଥିଲା ବିଦର୍ଭ।

ତେବେ ଦ୍ୱିତୀୟ ଇନିଂସରେ ମୁମ୍ବାଇ ୪୧୮ ରନ୍‌ କରି ଅଲଆଉଟ ହୋଇଥିଲା। ଯେହୁତି ପ୍ରଥମ ଇନିଂସରେ ମୁମ୍ବାଇ ୧୧୯ ରନ୍‌ ଆଗୁଆ ରହିଥିଲା ତେଣୁ ବିଦର୍ଭକୁ ଏହି ମ୍ୟାଚ୍‌ ଜିତିବାକୁ ୫୩୮ ରନ୍‌ର ବଡ଼ ଟାର୍ଗେଟ ଦିଆଯାଇଥିଲା। ମୁମ୍ବାଇ ପକ୍ଷରୁ ଦ୍ୱିତୀୟ ଇନିଂସରେ ମୁଶୀର ଖାନ୍‌ ସର୍ବାଧିକ ୧୩୬ ରନ୍‌ କରିଥିଲେ।

Advertisment
Ranji Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ