Advertisment

MS Dhoni ICC Hall of Fame: ICC ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଲେ ଧୋନୀ

ଏକାଦଶ ଭାରତୀୟ କ୍ରିକେଟର୍ ଭାବେ ICC ହଲ୍ ଅଫ୍ ଫେମ୍ ରେ ସାମିଲ ହୋଇଛନ୍ତି ଧୋନୀ। ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ୫ ବର୍ଷ ପରେ ଧୋନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
ICC Hall of Fame 2025

ICC Hall of Fame 2025

Advertisment

ଧୋନୀଙ୍କୁ ଆଇସିସି ପକ୍ଷରୁ ବଡ଼ ସମ୍ମାନ। ଆଇସିସି ହଲ୍ ଅଫ୍ ଫେମ୍ ରେ ସାମିଲ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍ ବ୍ୟାଟର୍ ଧୋନୀଙ୍କ ସମେତ ୭ ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ହଲ୍ ଅଫ୍ ଫେମ୍ ୨୦୨୫ରେ ସାମିଲ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍। ଏହି ସମ୍ମାନ ପାଇବାରେ ଧୋନୀ ହେଉଛନ୍ତି ୧୧ ତମ ଭାରତୀୟ କ୍ରିକେଟର୍

Advertisment

ଅଧିକ ପଢ଼ନ୍ତୁ: ଫ୍ରେଞ୍ଚ ଓପନ ମହିଳା ଡବଲ୍ସ, ବାଜି ମାରିଲେ ଜସ୍ମିନ-ସାରା

ଚଳିତବର୍ଷ ଆଇସିସି ହଲ୍ ଅଫ୍ ଫେମ୍ ରେ ସାମିଲ ଅନ୍ୟ କ୍ରିକେଟର ମାନେ ହେଲେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର୍ ମାଥ୍ୟୁ ହେଡେନ୍, ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ୍ ଭିଟୋରି, ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ହାସିମ୍ ଆମଲା ଏବଂ ଗ୍ରେମ ସ୍ମିଥ୍, ଇଂଲଣ୍ଡର ସାରା ଟେଲର ଏବଂ ପାକିସ୍ତାନର ସାନା ମିର୍ ।

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ୫ ବର୍ଷ ପରେ ଓ ୪୪ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୧୯ରେ ODI ବିଶ୍ୱକପର ସେମିଫାଇନାଲରେ ଭାରତୀୟ ଟିମ୍ ସହିତ ଧୋନୀ ଶେଷ ମ୍ୟାଚ ଖେଳିଥିଲେ ।

Advertisment

ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ ଟି-ଟ୍ବେଣ୍ଟି ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ୩ଟି ଯାକ ଫର୍ମାଟ୍ ର ଟ୍ରଫି ଜିତିବାରେ ସେ ବିଶ୍ବର ଏକମାତ୍ର ଅଧିନାୟକ। ଧୋନୀ ୯୦ଟି ଟେଷ୍ଟ, ୩୫୦ଟି ଦିନିକିଆ ଏବଂ ୯୮ଟି ଟି-ଟ୍ୱେଣ୍ଟି ଖେଳିଥିଲେ । ଅଧିନାୟକ ଭାବେ ୧୭୯ଟି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେ ୫୩୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୭,୨୬୬ ରନ୍ ସଂଗ୍ରହ କରିଛନ୍ତି ।

ଧୋନି ଆଇସିସି ହଲ୍ ଫେମରେ ସ୍ଥାନ ପାଇବାରେ ଏକାଦଶ ଭାରତୀୟ ହୋଇଛନ୍ତି । ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ପ୍ରଥମ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ, ବିଶନ ସିଂହ ବେଦୀ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିନୁ ମଙ୍କଡ, ଡାଏନା ଏଦୁଲଜୀ, ବୀରେନ୍ଦ୍ର ସେହବାଗ ଓ ନିତୁ ଡେଭିଡ୍ ପ୍ରମୁଖ ସ୍ଥାନିତ ହୋଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବଦଳିଲା ଭାରତ-ଇଂଲଣ୍ଡ ସିରିଜ୍‌ ନାଁ, ପଟୌଦି ଟ୍ରଫି ହେଲା ସଚିନ୍‌-ଆଣ୍ଡରସନ୍‌ ଟ୍ରଫି

ICC Cricket Mahendra Singh Dhoni
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ