Advertisment

ଧୋନିଙ୍କୁ ଧୋଇଲେ ତିୱାରୀ; କହିଲେ, ମୋ କ୍ୟାରିୟର ବରବାଦ୍‌ ପଛରେ ଧୋନି..

ଧୋନିଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ମନୋଜ ତିୱାରୀ। ତେବେ ଏକ କାର୍ଯ୍ୟକ୍ରମରେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Mahendra Singh Dhoni & Manoj Tiwari

Mahendra Singh Dhoni & Manoj Tiwari

ଧୋନିଙ୍କ ଉପରେ ବର୍ଷିଲେ ଟିମ୍‌ ଇଣ୍ତିଆର ପୂର୍ବତନ କ୍ରିକେଟର ମନୋଜ ତିୱାରୀ। ଧୋନିଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ମନୋଜ ତିୱାରୀ। ତେବେ ଏକ କାର୍ଯ୍ୟକ୍ରମରେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି କି ସେ ଭଲ ଫର୍ମରେ ଥିବା ସତ୍ତ୍ୱେ ଧୋନି ତାଙ୍କୁ ଡ୍ରପ୍‌ କରିଥିଲେ। ଯେଉଁଥି ପାଇଁ ଆଜି ତାଙ୍କ କ୍ୟାରିୟର ନଷ୍ଟ ହୋଇଛି।

Advertisment

ବେଙ୍ଗଲରୁ ରଣଜୀ ଖେଳନ୍ତି ମନୋଜ ତିୱାରୀ। ବିହାର ବିପକ୍ଷ ଶେଷ ରଣଜୀ ମ୍ୟାଚ୍‌ରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ମଧ୍ୟ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ବେଳେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ତିୱାରୀ କହିଛନ୍ତି, ‘ଚେନ୍ନାଇରେ ୱେଷ୍ଟଇଣ୍ତିଜ୍‌ ବିପକ୍ଷରେ ୧୦୪ ନଟଆଉଟ୍‌ ଥାଇ ମଧ୍ୟ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ଡ୍ରପ୍‌ କରାଗଲା। ମତେ ଯଦି କେବେ ସୁଯୋଗ ମିଳେ, ତେବେ ମୁଁ ଧୋନିଙ୍କୁ ଥରେ ପଚାରିବି, ମୁଁ ଶତକ ମାରିବା ସତ୍ତ୍ୱେ କାହିଁକି ଡ୍ରପ୍‌ କରାଗଲା। ମୁଖ୍ୟତଃ ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି, ରୋହିତ ଶର୍ମା ଓ ସୁରେଶ ରୈନା ଭଲ ପ୍ରଦର୍ଶନ କରିନଥିଲେ। ମୋର ଏବେ ହରେଇବାକୁ କିଛି ବି ନାହିଁ’

Advertisment

ସେ ଆହୁରି କହିଛନ୍ତି, ‘ମୁଁ ଆଜି ଯାଏ ଟେଷ୍ଟ କ୍ୟାପ୍‌ ବି ପାଇନି। ଯେବେ କି ମୁଁ ୬୫ଟି ଫାଷ୍ଟ କ୍ଲାସ୍‌ କ୍ରିକେଟ୍‌ ଖେଳିସାରିଛି ଏବଂ ମୋର ଆଭରେଜ୍‌ ସ୍କୋର୍‌ ରହିଛି ୬୫। ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିବା ବେଳେ ଫ୍ରେଣ୍ତସିପ୍‌ ମ୍ୟାଚ୍‌ରେ ୧୩୦ ରନ୍‌ ଓ ଇଂଲଣ୍ତ ବିପକ୍ଷ ଫ୍ରେଣ୍ତସିପ୍‌ ମ୍ୟାଚ୍‌ରେ ୯୩ ରନ୍‌ କରିଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ଚୟନ କରିଥିଲେ। ଯେତେବେଳେ ମୋ ମନୋବଳ ଦୃଢ଼ ଥିଲା, ସେତେବେଳେ ମୋ ଭିତରର ଭଲ ଖେଳାଳିକୁ ବର୍ବାଦ କରିଦିଆଯାଇଛି। ଏହାପଛରେ କିଏ, ମୁଁ ତାଙ୍କ ନାଁ ନେବାକୁ ଚାହୁଁନି। ଏବେ ଠିକ୍‌ ସମୟ ନୁହେଁ ସବୁକଥା କହିବାର’

Cricket Mahendra Singh Dhoni Manoj Tiwari
Advertisment
Advertisment