• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୨୪ ସେପ୍ଟେମ୍ବର ଭାରତୀୟ କ୍ରିକେଟ୍‌ ଜଗତ ପାଇଁ ଏକ ବିଶେଷ ଦିନ ।

  • ୧୪ ବର୍ଷ ପୂର୍ବେ ଟିମ୍ ଇଣ୍ଡିଆ ଟି-୨୦ବିଶ୍ୱକପ୍‌ର ପ୍ରଥମ ବିଶ୍ୱ ଚାମ୍ପିଅନ୍ ହୋଇଥିଲା ।

  • ଏହି ବିଜୟକୁ ନେଇ ତିଆରି ହେବ ଫିଲ୍ମ ।

ନୂଆଦିଲ୍ଲୀ: ଆଜି ୨୪ ସେପ୍ଟେମ୍ବର ଭାରତୀୟ କ୍ରିକେଟ୍‌ ଜଗତ ପାଇଁ ଏକ ବିଶେଷ ଦିନ । ୧୪ ବର୍ଷ ପୂର୍ବେ ଆଜିର ଦିନରେ, ଟିମ୍ ଇଣ୍ଡିଆ ଟି-୨୦ବିଶ୍ୱକପ୍‌ର ପ୍ରଥମ ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ସେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଥିଲା । ଏବେ ଏହି ସୁବର୍ଣ୍ଣ ସଫଳତା ଖୁବଶୀଘ୍ର ଏକ ଚଳଚ୍ଚିତ୍ର ରୂପରେ କ୍ରିକେଟ୍ ପ୍ରେମୀଙ୍କ ସମ୍ମୁଖକୁ ଆସିବ । ଭାରତର ଟି -୨୦ ବିଶ୍ୱକପ ବିଜୟର ୧୪ ବର୍ଷ ପୂରଣ ହେବା ଅବସରରେ ଲଣ୍ଡନ ସ୍ଥିତ ୱାନ ୱାନ ସିକ୍ସ ନେଟୱାର୍କ ଲିମିଟେଡ ଏହାର ପ୍ରଥମ ପ୍ରକଳ୍ପ 'ହକ ସେ ଇଣ୍ଡିଆ' ଫିଲ୍ପ ପ୍ରସ୍ତୁତ କରିବାକୁ ଘୋଷଣା କରିଛି । ଏହି ଫିଲ୍ମଟି ଭାରତୀୟ କ୍ରିକେଟ୍ ଦଳ ୨୦୦୭ର ହୋଇଥିବା ପ୍ରଥମ ଟି -୨୦ ବିଶ୍ୱକପ ଚାମ୍ପିୟନ କାହାଣି ଉପରେ ଆଧାରିତ ହେବ ।

ଏହି ଚଳଚ୍ଚିତ୍ର ପାଇଁ ୱାନ୍ ୱାନ୍ ସିକ୍ସ ନେଟୱାର୍କର ସିଇଓ ଗୌରବ ବାହିରୱାନି ଏବଂ ଲଣ୍ଡନ ସ୍ଥିତ ଷ୍ଟକ୍ ସ୍ପେଶାଲିଷ୍ଟ ଜୟଦୀପ ପାଣ୍ଡ୍ୟା ହାତ ମିଳାଇଛନ୍ତି । ମୁମ୍ବାଇର ନିର୍ଦ୍ଦେଶକ ସୌଗତା ଭଟ୍ଟାଚାର୍ଯ୍ୟ ଏହି ଚଳଚ୍ଚିତ୍ର ‘ହକ୍ ସେ ଇଣ୍ଡିଆ’ର ନିର୍ଦ୍ଦେଶନା ଦେବେ । ଚଳଚ୍ଚିତ୍ର ନିର୍ମାଣ କରୁଥିବା ଟିମ୍‌ର କହିବାନୁଯାୟୀ, ଏହି ବିଜୟ ସହିତ ଆଧୁନିକ ଯୁଗର କ୍ରିକେଟ୍‌ରେ ଭାରତ ରାଜ୍‌ କରିବାର ପ୍ରଥମ ସୋପାନ ଅତିକ୍ରମ କରିଥିଲା । ସେହି ସମୟଠାରୁ ଭାରତର ଜୋସ୍ ଆଉ କମି ନାହିଁ । ଏହି ଚଳଚ୍ଚିତ୍ରଟି OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ । ଫ୍ୟାନ୍ସମାନେ ଏଥିରେ ଅନେକ ଅଜଣା କଥା ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରରେ ‘ଚକ ଦେ ଇଣ୍ଡିଆ’ର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପୋଜର ସଲିମ-ସୁଲେମାନଙ୍କ ଗୀତ ମଧ୍ୟ ରହିବ ।

ବ୍ରିଟିଶ ନେଟୱାର୍କର ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ, 'ହକ୍ ସେ ଇଣ୍ଡିଆ' ହେଉଛି ୨୦୦୭ ଟି-୨୦ ବିଶ୍ୱକପ୍ ଦଳର ହିରୋମାନଙ୍କ ଏକ ଉତ୍ସବ । ଏହି ବିଶେଷ ପ୍ରୋଜେକ୍ଟ ସହିତ ତାଙ୍କ ବଡ଼ ପରଦାରେ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ସେ ବେଶ୍‌ ଉତ୍ସାହିତ । ଏହାସହ ଏହି ଟାଇଟଲ ଓ ଫିଲ୍ମ ଲୋକଙ୍କ ମନକୁ ବେଶ୍ ଛୁଇଁବ ବୋଲି ତାଙ୍କର ଆଶା ରହିଛି ।

'ହକ୍ ସେ ଇଣ୍ଡିଆ' ଦେଶର ଭାବନା

ଏହି ପ୍ରୋଜେକ୍ଟ ସହ ଜଡିତ ଜୟଦୀପ ପାଣ୍ଡ୍ୟା କହିଛନ୍ତି ଯେ, ୧୯୮୩ ପରେ କ୍ରିକେଟ୍‌ରେ ଏକ ବଡ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଭାରତକୁ ୨୪ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଆମେ ଆରମ୍ଭକୁ ଯାଇ ସେହି ପୁରୁଣା ଖେଳାଳିଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଥିଲୁ । ଯେଉଁମାନେ ଭାରତ ପାଇଁ ଗର୍ବି । ହକ୍‌ ସେ ଇଣ୍ଡିଆ ଆଜି ଭାରତର ଏକ ଭାବନା ।

ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଟି -20 ବିଶ୍ୱକପ ଜିତିଥିଲା

ଧୋନିଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ୨୦୦୭ରେ ପାକିସ୍ତାନକୁ ପରାସ୍ତ କରି ଟି-୨୦ ବିଶ୍ୱକପ ଜିତିଥିଲା। ଏହି ବିଶ୍ୱକପ୍‌ରେ ଫାଇନାଲ ପୂର୍ବରୁ ଭାରତ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଯୁବରାଜ ସିଂଙ୍କ ୬ ବଲ୍‌ରେ ୬ ଛକା ବୋଧ ହୁଏ କେହି ଭୁଲିପାରିବେ । କାରଣ ଯୁବରାଜ ସେତେବେଳେ ପ୍ରଥମ ଖେଳାଳି ଥିଲେ ଯିଏ ଗୋଟିଏ ଓଭରରେ ୬ ଛକା ମାରିଥିଲେ ।