• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୯୮୬ରେ ଡିଏଗୋ ମୋରୋଡୋନା ଆଉ ୨୦୨୨ରେ ଲିଓନେଲ୍ ମେସି । ରବିବାର ସଂଧ୍ୟାରେ ଦୋହାର ଲୁସୈଲ୍ ଷ୍ଟାଡିୟମରେ ମେସିଙ୍କ ଯାଦୁ ଚାଲିଲା ତ ଆର୍ଜେଣ୍ଟିନାକୁ ମିଳିଲା ତାର ତୃତୀୟ ତଥା ସ୍ୱପ୍ନର ବିଶ୍ୱକପ୍ । ପୂରା ଦେଶ ଏବେ ନାଚଗୀତରେ ମସଗୁଲ୍ । କାରଣ ୩୬ ବର୍ଷ ପରେ ସାକାର ହୋଇଛି ସ୍ୱପ୍ନ । ଖାଲି ଆର୍ଜେଣ୍ଟିନା ନୂହେଁ, ଭାରତଠାରୁ ନେଇ ବିଶ୍ୱର କୋଣ ଅନୁକୋଣରେ ମେସି ଫ୍ୟାନ୍ ଗତକାଲିଠାରୁ ଖୁସିରେ ଝୁଲୁଛନ୍ତି ।

ଖାଲି ଫ୍ୟାନ୍ସ ନୁହଁନ୍ତି, ଖୋଦ୍‌ ମେସି ମଧ୍ୟ ବିଶ୍ୱକପ୍‌ ଜିତିବା ନେଇ ବେଶ୍‌ ଖୁସି ଅଛନ୍ତି । ଯାହାର ପ୍ରମାଣ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଦେଖିବାକୁ ମିଳିଛି । ବିନା ସନ୍ଦେହରେ ଆମେ କହିପାରିବା କି ଲିଓନେଲ ମେସି ବର୍ତ୍ତମାନ ଦୁନିଆର ସବୁଠାରୁ ସୁଖୀ ବ୍ୟକ୍ତି । ରବିବାର ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟାଇଟଲ ଜିତିବା ନେଇ ଷ୍ଟାର ଫୁଟବଲର୍ ଲିଓନେଲ୍‌ ମେସି ଅତ୍ୟନ୍ତ ଆନନ୍ଦିତ ।

ଫାଇନାଲରେ ଐତିହାସିକ ବିଜୟ ପରଠାରୁ ମେସି କିଛି ଏମିତି ଫଟୋ ପୋଷ୍ଟ କରିଛନ୍ତି, ଯାହା ତାଙ୍କ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଛି । ଗତକାଲି ମେସି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ନୂଆ ଫଟୋ ପୋଷ୍ଟ କରିଛନ୍ତି । ପ୍ରଥମ ଫଟୋରେ ସେ ବିଶ୍ୱକପ୍‌ ଟ୍ରଫି ଧରି କମ୍ବଳ ଭିତରେ ଶୋଇଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ସେ ବିଛଣାରେ ଥିବାବେଳେ ଟ୍ରଫି ସହ ଖୁସିରେ ନଜର ଆସିଛନ୍ତି । ସେ ଫଟୋ ପୋଷ୍ଟ କରି କ୍ୟାପ୍‌ସନ୍‌ରେ ସ୍ପାନିସ ଭାଷାରେ ‘ସୁପ୍ରଭାତ’ ବୋଲି ଲେଖିଛନ୍ତି । ତା’ସହ ହସିବା ଇମୋଜି ମଧ୍ୟ ଦେଇଛନ୍ତି ।

ଏହି ପୋଷ୍ଟକୁ ବର୍ତ୍ତମାନ ଯାଏଁ ୯୪ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି । ଏହାଛଡ଼ା କମେଣ୍ଟ ବକ୍ସରେ ଅନେକ ଲେଖିଛନ୍ତି କି ‘ଗୋଟ୍‌ ଟ୍ରଫି ସହ ଶୋଇଛନ୍ତି’ । କେତେଜଣ କମେଣ୍ଟରେ Fire, Goat ସହ ହସିବା ଇମୋଜି ଦେଇଛନ୍ତି ।