Advertisment

ଯଶପ୍ରୀତ ବୁମ୍‌ରାଙ୍କ ସଂଘର୍ଷର ଦିନ: ହଳେ ଜୋତାକୁ ଧୋଇ ପିନ୍ଧୁଥିଲେ

ଆଜି ଯଶପ୍ରୀତ ବୁମ୍‌ରା ଜଣେ ସଫଳ ବୋଲର୍। ହେଲେ ଏ ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
Life-History Of Jasprit Bumrah

Life story of Indian cricketer jasprit bumrah

ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆଜି ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ତ୍ତମାନ ଦୁନିଆର ଅନ୍ୟତମ ବିପଜ୍ଜନକ ବୋଲର ବୁମ୍‌ରା ୬ ଡିସେମ୍ବର ୧୯୯୩ରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ଅନେକ ଥର ଆହତ ପରେ ବି ସେ ନିଜକୁ ଟିମ୍ ଇଣ୍ଡିଆରେ ସ୍ଥିର ରଖିପାରିଛନ୍ତି।

Advertisment

ବୁମ୍‌ରା ତାଙ୍କର ସଠିକ୍ ୟର୍କର୍ସ ଏବଂ ଟାଇଟ୍ ବୋଲିଂ ପାଇଁ ବେଶ ଜଣାଶୁଣା। ସେ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରାଧାନ୍ୟ ଦେବାକୁ ଅଧିକ ସୁଯୋଗ ଦିଅନ୍ତି ନାହିଁ। ବୁମ୍‌ରା ୫୮ଟି ଏକଦିବସିୟରେ ୧୦୩ ୱିକେଟ୍, ୧୨ ଟି ଟେଷ୍ଟରେ ୬୨ ୱିକେଟ୍ ଏବଂ ୪୨ ଟି୨୦ ଇଣ୍ଟରନ୍ୟାସନାଲରେ ୫୧ଟି ୱିକେଟ୍ ନେଇଛନ୍ତି।

ଆଜି ସେ ଜଣେ ସଫଳ ବୋଲର୍। ହେଲେ ଆଜି ସେ ଏ ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।

Advertisment

ଅତି ସାଧାରଣ ପରିବାରରୁ ଆସିଥିବା ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ନିଜକୁ ସ୍ୱତନ୍ତ୍ର କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଗୋଟିଏ  ସମୟ ଥିଲା ଯେତେବେଳେ ତାଙ୍କ ପାଦରେ ମାତ୍ର ହଳେ ଜୋତା ଏବଂ ଗୋଟେ ଟି-ସାର୍ଟ ଥିଲା। ତାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ସେ ପିତୃହରା ହୋଇଗଲେ। ଏହା ତାଙ୍କ ଜୀବନକୁ ଦୁର୍ବିସହ କରିଦେଲା। ବାପାଙ୍କ ଦେହାନ୍ତ ପରେ ବୁମ୍‌ରାଙ୍କ ମା’ ଦଲଜିତ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରିଥିଲେ।

ଦିନେ ବୁମରା ଏବଂ ତାଙ୍କ ମା’ଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଉଭୟ ସଂଘର୍ଷର ଦିନକୁ ମନେ ପକାଇଥିଲେ। ଏହି ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ଜାରି କରାଯାଇଥିଲା। ଭିଡିଓରେ ଦଲଜିତ କହୁଥିଲେ ଯେ, “ଯେତେବେଳେ ଇଏ ୫ବର୍ଷର ହୋଇଥିଲା ମୁଁ ମୋ ସ୍ୱାମୀଙ୍କୁ ହରାଇଥିଲି।” ଏଠି ବୁମ୍‌ରା କହିଛନ୍ତି, “ଏହା ପରେ ଆମେ କିଛି କିଣିବା ସ୍ଥିତିରେ ନ ଥିଲୁ। ମୋ ପାଖରେ ହଳେ ମାତ୍ର ଜୋତା ଓ ଟି-ସାର୍ଟ ଥିଲା। ମୁଁ ଏହାକୁ ପ୍ରତିଦିନ ଧୋଇ ବାରମ୍ବାର ବ୍ୟବହାର କରୁଥିଲି।”

ଦଲଜିତ୍ କହିଛନ୍ତି, “ମୁଁ ତାକୁ ଯେତେବେଳେ ପ୍ରଥମ ଥର ପାଇଁ ଆଇପିଏଲ୍ ମ୍ୟାଚ୍‌ରେ ଟିଭିରେ ଦେଖିଲି, ମୋ କାନ୍ଦକୁ ରୋକି ପାରିଲି ନାହିଁ। ସେ ମୋତେ ଆର୍ଥିକ ଓ ଶାରୀରିକ ଭାବରେ ସଂଘର୍ଷ କରୁଥିବା ଦେଖିଛି। ବୁମ୍‌ରା କହିଛନ୍ତି, "ଏଭଳି କଠିନ ସମୟ ଜଣଙ୍କୁ ଅଧିକ ଶକ୍ତିଶାଳୀ କରିଥାଏ, ମୁଁ ମୋର ସଂଘର୍ଷପୂର୍ଣ୍ଣ ଜୀବନକୁ ଅତି ସହଜ ଭାବେ ଗ୍ରହଣ କରିନେଇଥିଲି।"

Jasprit Bumrah Cricket
Advertisment
Advertisment