Advertisment

Formula 2 Win for kush: ମୋନାକୋରେ ବାଜିଲା ଜାତୀୟ ସଙ୍ଗୀତ, ପ୍ରଥମ ଭାରତୀୟ ଭାବେ ଏମିତି ରେକର୍ଡ କଲେ କୁଶ

ଆଲପିନ ଫର୍ମୂଲା-୧ ଟିମର ରିଜର୍ଭ ଡ୍ରାଇଭର କୁଶ ମାଇନି ପୋଲ ପୋଜିସନରୁ ହିଁ ରେସ ଆରମ୍ଭ କରିଥିଲେ। ଡାମ୍ସର ଏହି ଡ୍ରାଇଭର ଚମତ୍କାର ନିୟନ୍ତ୍ରଣ ଦେଖାଇବାରେ ସକ୍ଷମ ହୋଇଥିଲେ। ସମସ୍ତ ୩୦ଟି ଯାକ ଲାପରେ ଅଦ୍ଭୂତପୂର୍ବ ନିୟନ୍ତ୍ରଣ ସହିତ ପ୍ରଥମ ସ୍ଥାନରେ ରହି ସେ ପୋଡିୟମ ଫିନିଶ କରିଥିଲେ।

ଅଦ୍ୟତନ ହୋଇଛି
kush

kush

Advertisment

ମୋନାକୋରେ ରବିବାର ଅନୁଷ୍ଠିତ ହୋଇ ଯାଇଛି ଫର୍ମୂଲା-୨ ଗ୍ରାଣ୍ଡ ପ୍ରି ରେସ। ମୋନାକୋରେ ଏହି ରେସ ଜିତିବା ସହିତ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ ରେସର କୁଶ ମାଇନି। ପ୍ରଥମ ଭାରତୀୟ ଭାବେ କୁଶ ମୋନାକୋ ଗ୍ରାଣ୍ଡ ପ୍ରିରେ ପୋଲ ପୋଜିସନ ହାସଲ କରି ବିଜୟୀ ହୋଇଥିଲେ। ପ୍ରଥମ ଭାରତୀୟ ଭାବେ କୁଶ ଏକ ଫର୍ମୂଲା-୨ ରେସରେ ବିଜୟୀ ହୋଇଥିବା ବେଳେ ଚଳିତ ସିଜନ ତଥା ଡାମସ ଲୁକାସ ଅଏଲ ପକ୍ଷରୁ ଏହା ତାଙ୍କର ପ୍ରଥମ ପୋଡିୟମ ଫିନିଶ ରହିଥିଲା। ଏହି ଐତିହାସିକ ଫଳାଫଳ ଯୋଗୁ ପ୍ରଥମ ଭାରତୀୟ ଡ୍ରାଇଭର ଭାବେ ସେ ମୋନାକୋରେ ବିଜୟୀ ହେବାର ରେକର୍ଡ କରିଛନ୍ତି।

Advertisment

ଆଲପିନ ଫର୍ମୂଲା-୧ ଟିମର ରିଜର୍ଭ ଡ୍ରାଇଭର କୁଶ ମାଇନି ପୋଲ ପୋଜିସନରୁ ହିଁ ରେସ ଆରମ୍ଭ କରିଥିଲେ। ଡାମ୍ସର ଏହି ଡ୍ରାଇଭର ଚମତ୍କାର ନିୟନ୍ତ୍ରଣ ଦେଖାଇବାରେ ସକ୍ଷମ ହୋଇଥିଲେ। ସମସ୍ତ ୩୦ଟି ଯାକ ଲାପରେ ଅଦ୍ଭୂତପୂର୍ବ ନିୟନ୍ତ୍ରଣ ସହିତ ପ୍ରଥମ ସ୍ଥାନରେ ରହି ସେ ପୋଡିୟମ ଫିନିଶ କରିଥିଲେ। ୨୪ ବର୍ଷୀୟ କର୍ଣ୍ଣାଟକ ଡ୍ରାଇଭର ଜଣଙ୍କର ଏଭଳି ସଫଳତା କାରଣରୁ ପ୍ରଥମ ଥର ଫର୍ମୂଲା-୨ ରେସରେ ଭାରତୀୟ ଜାତୀୟ ସଙ୍ଗୀତ ଶୁଣିବାକୁ ମିଳିଥିଲା

କୁଶ ପୋଡିୟମରେ ରହିଥିବା ବେଳେ ଜାତୀୟ ସଙ୍ଗୀତ ବାଜିବା ସମୟରେ ଭାବ ବିହ୍ବଳ ହୋଇଥିଲେ। କୁଶ ଏହି ସଫଳତାକୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଥିବା ମଧ୍ୟ ସେ କହିଛନ୍ତି। ବିଜିନେସ ଟାଇକୁନ ତଥା ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କୁଶଙ୍କ ଐତିହାସିକ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋନାକୋରେ କେବଳ ପୋଡିୟମ ଉପରେ ତୁମେ ଛିଡା ହୋଇ ନ ଥିଲ, ସମଗ୍ର ଦେଶ ଗର୍ବର ସହିତ ତୁମ ପଛରେ ଠିଆ ହୋଇଥିଲା ବୋଲି ମହିନ୍ଦ୍ରା ଏକ୍ସରେ ଲେଖିଥିଲେ।

Advertisment

ଏହି ବିଜୟ ତାଙ୍କୁ ଉତ୍ସାହିତ କରିଥିବା ବେଳେ ଆସନ୍ତା ସପ୍ତାହରେ ବାର୍ସେଲୋନାରେ ହେବାକୁ ଥିବ ରେସ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି କୁଶ। ବାର୍ସେଲୋନାରେ ସମାନ ଫର୍ମ ଦୋହରାଇବାକୁ ପ୍ରୟାସ କରିବେ ବୋଲି କୁଶ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କୁଶ ୧୫ ପଏଣ୍ଟ ଅର୍ଜନ କରିବା ସହିତ ୧୨ତମ ସ୍ଥାନରେ ରହିଛନ୍ତି।

Advertisment
India Karnataka Formula One
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ