Advertisment

ବିଶ୍ୱକପ୍ କ୍ରିକେଟରେ ଭାରତର କ୍ରମାଗତ ଚତୁର୍ଥ ବିଜୟ, ୭ ୱିକେଟରେ ହାରିଲା ବାଂଲାଦେଶ

ଛକାରେ ଶତକ, ଛକାରେ ବିଜୟ.. ସୁବମନ ଗିଲ, ରୋହିତ ଶର୍ମା ଓ କେଏଲ ରାହୁଲଙ୍କ କମାଲ..୪୧ତମ ଓଭରରେ ବିରାଟଙ୍କ ବିଶାଳ ଛକା ଦେଲା ବିଜୟ....

author-image
Prangyan Parimita
ଅଦ୍ୟତନ ହୋଇଛି
IND vs BAN, ICC Cricket World Cup 2023

IND vs BAN

ବିଶ୍ୱକପ୍ କ୍ରିକେଟରେ ଭାରତର କ୍ରମାଗତ ଚତୁର୍ଥ ବିଜୟ। ଗତକାଲି ପୁଣେରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି।

Advertisment

ମ୍ୟାଚରେ ପୁଣି କମାଲ କରିଛନ୍ତି ଟପ୍ ଅର୍ଡର ବ୍ୟାଟର । ସୁବମନ ଗିଲ ୫୩ ଓ ରୋହିତ ଶର୍ମା ୪୮ ରନ କରି ଆଉଟ୍ ହୋଇଥିଲେ । ବିରାଟ କୋହଲି ୯୭ ବଲରେ ୧୦୩ ରନ କରିଥିଲେ। ତେବେ ୪୧ ତମ ଓଭରରେ ବିରାଟ ଏକ ବିଶାଳ ଛକା ମାରି ତାଙ୍କ ଶତକ ପୂରଣ କରିବା ସହ ଭାରତକୁ ବିଜୟ ଆଣିଦେଇଥିଲେ।

ପୂର୍ବରୁ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୨୫୬ ରନ୍ କରିଥିଲା। ୨୫୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତ ମାତ୍ର ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା।...

Advertisment
World Cup IND Vs BAN
Advertisment
Advertisment